Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଡିସେମ୍ବର ୧୮ ଯାଏ ଚାଲିବ ମତ୍ସ୍ୟଜୀବୀ ଗଣନା ପ୍ରକ୍ରିୟା

Posted on November 3, 2025

ସୋମବାରଠାରୁ ଆରମ୍ଭ ହେବ ସାମୁଦ୍ରିକ ମତ୍ସ୍ୟଜୀବୀ ଗଣନା । ଏହା  ଡିସେମ୍ବର ୧୮ ତାରିଖରେ ସରିବ । ଏହି  ଜନଗଣନାକୁ ସଫଳ କରିବା ନିମନ୍ତେ  ଆଇସିଏଆର ପକ୍ଷରୁ  ଆବଶ୍ୟକ ପଦକ୍ଷେପ ନିଆଯାଇଛି । ଜନଗଣନାକୁ ତ୍ରୁଟିମୁକ୍ତ ଓ ସୁବିଧା  ନିମନ୍ତେ ବ୍ୟାସ ଭାରତ  ମୋବାଇଲ ଆପ୍‌ ପ୍ରସ୍ତୁତ କରାଯାଇଛି।  ଆମ ରାଜ୍ୟର ୬ଟି ସମୁଦ୍ରକୂଳିଆ ଜିଲ୍ଲା  ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା,  ଜଗତସିଂହପୁର, ପୁରୀ ଓ ଗଞ୍ଜାମରେ  ବସବାସ କରୁଥିବା ତଥା ସାମୁଦ୍ରିକ  ମତ୍ସ୍ୟ ଉତ୍ପାଦନରେ ନିର୍ଭରଶୀଳ  ପରିବାର ସର୍ଭେ କରାଯିବ । ଆମ  ରାଜ୍ୟର ପୁରୀ ସମେତ ୬ ଜିଲ୍ଲାରେ  କେତେ ମତ୍ସ୍ୟଜୀବୀ ପରିବାର ବାସ  କରୁଛନ୍ତି, ସେମାନଙ୍କ କୌଳିକ  ବୃତ୍ତି, ଡଙ୍ଗା, ଜାଲ, ଘର, ଜୀବନ  ନିର୍ବାହରେ ପରିବର୍ତ୍ତନ, ମୌଳିକ  ଆବଶ୍ୟକତା, ପାରିବାରିକ ସ୍ଥିତି  ପ୍ରଭୃତି ସମସ୍ତ ଜିନିଷର ଟିକନିଖି  ବିଷୟ ଏହି ଜନଗଣନାରେ ସଂଗ୍ରହ  କରାଯିବ ।

୨୦୧୬ରେ ଏହି ଜନଗଣନା  ହୋଇଥିଲା । ପ୍ରତି ୫ ବର୍ଷରେ ଥରେ  ଏହି ଜନଗଣନା କରାଯାଇ ସାମୁଦ୍ରିକ  ମତ୍ସ୍ୟଜୀବୀଙ୍କ ସ୍ଥିତି ଯାଞ୍ଚ କରାଯାଉଛି ।  ଏହାଦ୍ୱାରା ସେମାନଙ୍କ ପାରିବାରିକ ସ୍ଥିତି  ସମ୍ପର୍କରେ ସରକାର ଜାଣିବା ସହ  ଆବଶ୍ୟକତା ପୂରଣ ନିମନ୍ତେ ପଦକ୍ଷେପ  ନେଇଥାଆନ୍ତି । ଏହାର ପ୍ରଭାବ ମଧ୍ୟ  ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଉପରେ  ପଡ଼ୁଛି । ମାତ୍ର ୨୦୨୧ରେ ହେବାକୁ ଥିବା  ଜନଗଣନା କରୋନା ମହାମାରୀ ଯୋଗୁଁ  ହୋଇପାରିନଥିଲା । ସରକାର ଚଳିତ  ବର୍ଷ ଏହି ଜନଗଣନା କରିବାକୁ ନିର୍ଦ୍ଦେଶ  ଦେଇଛନ୍ତି । ଗତ ସର୍ଭେରେ ଓଡ଼ିଶାର ୬  ଜିଲ୍ଲାରେ ୫୫ ମତ୍ସ୍ୟ ଅବତରଣ ପୋତ,  ୭୩୯ ମତ୍ସ୍ୟଜୀବୀ ଗ୍ରାମ, ୧ ଲକ୍ଷ ୧୫  ହଜାର ୨୨୮ ମତ୍ସ୍ୟଜୀବୀ ପରିବାର,  ୯୨ ହଜାର ୫୬୯ ମତ୍ସ୍ୟଜୀବୀ  ବୃତ୍ତିଧାରୀ ପରିବାର ଓ ୫ ଲକ୍ଷ  ୧୭ ହଜାର ୬୨୩ ଜଣ ମତ୍ସ୍ୟଜୀବୀ  ଥିବା ସର୍ଭେରୁ ଜଣାପଡ଼ିଥିଲା।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme