Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପ୍ଲାଷ୍ଟିକ ଜାରରେ ଆଚାର ରଖି ଖାଉଛନ୍ତି କି ? ତେବେ ସାବଧାନ!

Posted on November 2, 2025

ଯଦି ଆପଣ ଅଧିକ ଦିନ ଧରି ପ୍ଲାଷ୍ଟିକ ଜାର୍‌ରେ ରଖାଯାଇଥିବା ଆଚାର ରଖି ଖାଉଛନ୍ତି, ତେବେ ସାବଧାନ ! କାରଣ ଏହା କର୍କଟ ରୋଗର କାରଣ ହୋଇପାରେ । ଆଚାରରେ ଅଧିକ ପରିମାଣରେ ଲୁଣ, ତେଲ ଏବଂ ମସଲା ଥାଏ । ଏହା ପ୍ଲାଷ୍ଟିକ ସଂସ୍ପର୍ଶରେ ଆସିଲେ ପ୍ଲାଷ୍ଟିକ BPA ଏବଂ ପାଥାଲେଟ୍ସ ଭଳି କ୍ଷତିକାରକ ରାସାୟନିକ ପଦାର୍ଥ ଛାଡ଼େ । ଏହି ରାସାୟନିକ ପଦାର୍ଥଗୁଡ଼ିକ ହେଉଛି ଏଣ୍ଡୋକ୍ଲାଇନ ବିଭ୍ରାନ୍ତକାରୀ ଯାହା ଆପଣଙ୍କ ହରମୋନର ସନ୍ତୁଳନକୁ ବିଗାଡ଼ିଥାଏ ।

କର୍କଟ ରୋଗ ନିବାରକ କେନ୍ଦ୍ରର ଡାକ୍ତରଙ୍କ କହିବାନୁସାରେ, ଯଦି ଆଚାର ଭୁଲ ପ୍ରକ୍ରିୟାରେ ସଂରକ୍ଷଣ କରାଯାଏ ତେବେ ତାହା କର୍କଟ ରୋଗର କାରଣ ହୋଇପାରେ । ପ୍ଲାଷ୍ଟିକରୁ ବାହାରୁଥିବା ବିଷାକ୍ତ ପଦାର୍ଥ ଆଚାରରେ ମିଶିଥାଏ ଯାହା ଦେହ ପାଇଁ କ୍ଷତିକାରକ । ଅନ୍ୟପଟେ ଅତ୍ୟଧିକ ଆଚାର ଖାଇବା ଦ୍ଵାରା ପାକସ୍ଥଳୀ କର୍କଟ ହେବାର ଆଶଙ୍କା ୫୦ % ବୃଦ୍ଧି ପାଏ । ଦକ୍ଷିଣ କୋରିଆବାସୀ ଆଚାର ଭଳି ଏକ ଖାଦ୍ୟପଦାର୍ଥ କିମଚିର ବହୁଳ ସେବନ କରିଥାନ୍ତି । ତେଣୁ ସେଠାରେ ପାକସ୍ଥଳୀ କର୍କଟ ରୋଗର ସର୍ବାଧିକ ମାମଲା ଦେଖାଯାଏ । ତେଣୁ ଶରୀରକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ପ୍ରତିଦିନ ଆଚାର ଖାଆନ୍ତୁ ନାହିଁ । ଡାକ୍ତର କାଚ ଏବଂ ସେରାମିକ ପାତ୍ରରେ ଆଚାର ସଂରକ୍ଷଣ କରିବାକୁ ପରାମର୍ଶ ଦେଇଥାନ୍ତି । ଏହା ସ୍ୱାସ୍ଥ୍ୟ ପାଇଁ ଭଲ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme