Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ମହିଳାଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ

Posted on November 2, 2025

ରାଜଧାନୀରେ ଚାଞ୍ଚଲ୍ୟ । ମହିଳାଙ୍କୁ ମାଡ଼ ମାରି ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର ଲୋକ । ସେପଟେ ଫେରାର ହୋଇଯାଇଛନ୍ତି ଶାଶୁଘର ଲୋକେ । ଝିଅ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ପରିବାର । ନ୍ୟାୟ ପାଇଁ ନେହୁରା ହେଉଛନ୍ତି । ପିଟି ପିଟି ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ।

ଘଟଣା ଘଟିଛି ନନ୍ଦନକାନନ ଥାନା ରଘୁନାଥପୁର ଗ୍ରାମ ସୋମନାଥ ନଗରରେ । ତେବେ ମୃତ ମହିଳା ଜଣକ ହେଲେ ରାଜନନ୍ଦିନୀ ସ୍ୱାଇଁ, ବୟସ ୨୮ ବର୍ଷ । ଝିଅର ନିଜ ଘର ନନ୍ଦନକାନନ ଥାନା କଲ୍ୟାଣପୁର ଗାଁରେ । ୧୦ ବର୍ଷ ତଳେ ବୈଦିକ ରିତିରେ ରଘୁନାଥପୁର ଗାଁର ଶ୍ରୀଧର ରାଉତଙ୍କୁ ବିବାହ କରିଥିଲେ ରାଜନନ୍ଦିନୀ । ତାଙ୍କର ଗୋଟିଏ ପୁଅ ଅଛି । ମହିଳାଙ୍କୁ ତାଙ୍କ ଶାଶୁ ଘର ଲୋକେ ମାଡ଼ ମାରି ହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ସେପଟେ ଘଟଣା ପରେ ଫେରାର ହୋଇଯାଇଛନ୍ତି ଶାଶୁଘର ଲୋକେ । ମୃତ ମହିଳାଙ୍କ ସ୍ବାମୀ ମଧ୍ୟ ଫେରାର ଅଛନ୍ତି । ମହିଳାଙ୍କ ଶରୀରରେ ମାଡ଼ ମରାଯାଇଥିବା ଚିହ୍ନ ରହିଛି । ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି ।

ଖବର ପାଇ ନନ୍ଦନକାନନ ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ତଦନ୍ତ । ସେପଟେ ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଥାନା ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଂଚିଥିଲେ । ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରିବା ସହ ମୃତ ମହିଳାଙ୍କ ଶରୀରରେ ବିଭିନ୍ନ କ୍ଷତ ଚିହ୍ନ ଯାଞ୍ଚ କରିଥିବା ସୂଚନା ରହିଛି । ଯାଞ୍ଚ ପ୍ରକ୍ରିୟା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଘଟଣାରେ ମୃତକ ରାଜନନ୍ଦିନୀଙ୍କ ଶାଶୁ ଓ ଜଣେ ସମ୍ପର୍କୀୟଙ୍କୁ ପୋଲିସ ଅଟକ ରଖିଥିବା ନେଇ ସୂଚନା ମିଳିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme