
ତୁଷୁରା: ବଲାଙ୍ଗୀର ଜିଲ୍ଲା ତୁଷୁରା ଜଗନ୍ନାଥ ପଡ଼ା ସ୍ଥିତ ପ୍ରକାଶ ଫେନ୍ସୀ ଷ୍ଟୋର ସାମ୍ନାରେ ଆଜି ଦିନ ଦ୍ବିପହର ୧ ଟା ୨୫ ମିନିଟ ରେ ନଅଗାଁ ର ରିଙ୍କୁ ଷଡ଼ଙ୍ଗୀ ଙ୍କ ଗାଡ଼ି ଡ଼ିକି ଭାଙ୍ଗି ୫ ଲକ୍ଷ ୪୦ ହଜାର ଟଙ୍କା ଚୋରି କରି ନେଇଯାଇଛନ୍ତି ଦୁର୍ବୁତ୍ତ l ସୂଚନା ଅନୁସାରେ ରିଙ୍କୁ ଷଡ଼ଙ୍ଗୀ ତୁଷୁରା ବ୍ୟାଙ୍କ କୁ ପଇସା ଉଠେଇବା ପାଇଁ ଆସିଥିଲେ ପରେ ପଇସା ଉଠେଇ ସାରି ଫେରିବା ସମୟରେ କିଛି ଫେନ୍ସୀ ସମାନ କିଣିବା ପାଇଁ ଅଟକିଥିବା ସମୟରେ ଗାଡି ଡ଼ିକି ଭାଙ୍ଗି ଚୋରି କରିଛନ୍ତି ଦୁର୍ବୁତ୍ତ l ପରେ ସୂଚନା ପାଇ ତୁଷୁରା ପୋଲିସ ତଦନ୍ତ ଆରମ୍ଭ କରିଛି l

