
ଭଦ୍ରକ: ଭଦ୍ରକ ଟାଉନ ପୋଲିସ ଏକ ମାମଲାରେ ଜଣେ ଯୁବକଙ୍କୁ ଗିରଫ କରିବା ଘଟଣାକୁ ନେଇ ଭଦ୍ରକ ଜିଲ୍ଲା କାରାଗାର ଆଗରେ ଉତ୍ତେଜନା ପ୍ରକାଶ ପାଇଛି ।
ସୂଚନାରୁ ପ୍ରକାଶ ଯେ , ଗତ ୪ ଦିନ ତଳେ ୨ ଗୋଷ୍ଠୀ ମଧ୍ୟରେ କୌଣସି ଘଟଣାକୁ ନେଇ ବଚସା ହୋଇଥିଲା। ଏହି ବଚସା ଉଗ୍ରରୂପ ନେବାରୁ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳରେ ଅପର୍ତ୍ତିବିନ୍ଧାର ସୁଧୀର ଦ୍ବିବେଦୀଙ୍କୁ ମାଡ଼ ମରାଯାଇଥିବା ନେଇ ଗତ ୨୬ ତାରିଖରେ ଭଦ୍ରକ ଟାଉନ ଥାନାରେ ସେ ଅଭିଯୋଗ କରିଥିଲେ । ଏନେଇ ଥାନା କେସ ନମ୍ବର ୬୩୧/୨୫ରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଟାଉନ ପୋଲିସ ଆଜି ଭଦ୍ରକ ସହରର ବଙ୍କସାହିର ବିଶାଲ ଦାସଙ୍କୁ ଜିଲା କାରାଗାର ସାମ୍ନାରେ ଗିରଫ କରିଥିଲା । ଏହାକୁ ନେଇ ତାଙ୍କ ବାପା ମା ଅଭିଯୋଗ କରିଥିଲେ ଯେ , ତାଙ୍କ ପୁଆକୁ ବିନା ଦୋଷରେ ଗିରଫ କରାଯାଇଛି। ପୁଲିସ ଚାପରେ ପଡି ଏଭଳି ଗିରଫ କରିଛି ବୋଲି ପରିବାର ଲୋକେ ଓ ସମ୍ପର୍କୀୟ ମାନେ ଭଦ୍ରକ ଜୋରଦାର ଆଗରେ ହୋହାଲ୍ଲା କରିବା ସହ ପୋଲିସ ସହ ଯୁକ୍ତିତର୍କ କରିଥିଲେ । ସେଦିନ ଘଟିଥିବା ଗଣ୍ଡଗୋଳରେ ବିଶାଲର କୌଣସି ସମ୍ପୃକ୍ତ ନଥିବା ବେଳେ ଗଣଗୋଳକାରୀଙ୍କୁ ସେ ଅଟକାଇଥିଲେ । ରାଜନୈତିକ ଚାପରେ ବିନା ଦୋଷରେ ତାଙ୍କୁ ଗିରଫ କରାଯାଇଛି ବୋଲି ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଭଦ୍ରକ ଜେଲ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣା ସ୍ଥାଳରେ ଟାଉନ ପୁଲିସ ପହଞ୍ଚି ପରିସ୍ଥିତି କୁ ନିୟନ୍ତ୍ରିତ କରିବାକୁ ଚେଷ୍ଟା କରୁଥିଲା।
