Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କଳିଙ୍ଗା ଘାଟିର ଉଭୟ ପାର୍ଶ୍ଵରୁ ହଟିଲା ବ୍ୟାରିକେଡ

Posted on November 1, 2025

ଖୋଲିଲା କଳିଙ୍ଗା ଘାଟି । କଳିଙ୍ଗା ଘାଟିର ଉଭୟ ପାର୍ଶ୍ଵରୁ ହଟିଲା ବ୍ୟାରିକେଡ । ତ୍ବରାନିତ କରାଗଲା ଘାଟିରେ ଜାରି ରାସ୍ତା ନିର୍ମାଣ କାର୍ଯ୍ୟ । ଗଞ୍ଜାମ- କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିର ଉଭୟ ପାର୍ଶ୍ଵରୁ ବ୍ୟାରିକେଡ ହଟାଯାଇଛି । ବାତ୍ୟା ମୋନ୍ଥା ପ୍ରଭାବରେ ହେଉଥିବା ବର୍ଷା ପାଇଁ ଯାତାୟାତ ବନ୍ଦ ଥିଲା । ଦୁର୍ଗାପ୍ରସାଦ ଏବଂ ଉପରମୁଣ୍ଡରେ ରହିଥିବା କନ୍ଧମାଳ ଜିଲ୍ଲାର କଳିଙ୍ଗା ଠାରେ ବ୍ୟାରିକେଡ଼ କରି ଘାଟି ରାସ୍ତାକୁ ସିଲ୍ କରାଯାଇଥିଲା । ବର୍ଷା କମିବା ପରେ ଏବେ ଉଭୟ ପାର୍ଶ୍ବରୁ ବ୍ୟାରିକେଡ଼କୁ ହଟାଇ ଦିଆଯାଇଛି । ଘାଟି ରାସ୍ତା ନିର୍ମାଣ କାର୍ଯ୍ୟକୁ ତ୍ବରାନିତ କରାଯାଇଛି । ଏବେ ବି ଘାଟି ରାସ୍ତାରୁ ବିପଦ ଟଳିନଥିବା ବେଳେ କିଛି ଛୋଟ ଛୋଟ ଗାଡ଼ି ଚଳପ୍ରଚଳ କରୁଥିବା ନଜରକୁ ଆସୁଛି । ଯାନ ଚଳାଚଳ କରିବାକୁ ଏପର୍ଯ୍ୟନ୍ତ ଉଭୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇନାହିଁ ।

ସେପଟେ ଗତ ସେପ୍ଟେମ୍ବର୧୬ ତାରିଖରେ ଭୂସ୍ଖଳନ ପରଠାରୁ କନ୍ଧମାଳ ଓ ଗଞ୍ଜାମକୁ ଯାତାୟାତ ଠପ ହୋଇଥିଲା । ଦୀର୍ଘ ୪୭ ଦିନ ପରେ ରାସ୍ତା ସଂଯୋଗ ହୋଇଥିବା ବେଳେ ପରୀକ୍ଷାମୂଳକ ଭାବେ କିଛି ଛୋଟ ଗାଡ଼ିଗୁଡ଼ିକୁ ଛଡ଼ାଯାଉଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ପରବର୍ତ୍ତୀ ସମୟରେ ଭାରୀ ଯାନ ଛଡାଯିବ ବୋଲି ସୂଚନା ରହିଛି । ପ୍ରଶାସନ ପକ୍ଷରୁ କଳିଙ୍ଗା ଘାଟିରେ ଯାନବାହାନ ଚଳାଚଳ ପାଇଁ କେବେ ଅନୁମତି ମିଳୁଛି ତାକୁ ଅପେକ୍ଷା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme