
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସକାଳ ୧୦:୧୫ରେ ରାଜୀବ ଭବନକୁ ଅଚାନକ ପହଁଚି, ବିଭାଗର କାର୍ଯ୍ୟାଳୟରେ କାର୍ଯ୍ୟ ପରିଦର୍ଶନ କରିଥିଲେ। ତାଙ୍କ ଅନୁସାରେ, ସରକାରୀ ଅଧିକାରୀମାନେ ସମୟରେ ଅଫିସ୍କୁ ଆସୁଛନ୍ତି କି ନାହିଁ ଏବଂ କାର୍ଯ୍ୟର ଗତି କେମିତି ଚାଲିଛି, ସେଥିରେ ମୁଖ୍ୟମନ୍ତ୍ରୀ ନିଜ ଦୃଷ୍ଟି ରଖିଥିଲେ।
ସେ ଉନ୍ନୟନ କମିଶନ, ରାଜ୍ୟ ହାଇଡ୍ରୋ ଲୋଜିକାଲ ଡାଟା ସେଣ୍ଟର ସହିତ ଡ୍ୟାମ, ନଦୀ ବନ୍ଦ ସମ୍ପର୍କିତ ବିଭାଗର କାର୍ଯ୍ୟର ସମୀକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀ ଅଧିକ ଜଳ ସଂରକ୍ଷଣ ପାଇଁ ବିଭାଗକୁ ପରାମର୍ଶ ଦେଇ, ୧୫ ଲକ୍ଷ ହେକ୍ଟର ଜମିର ଜଳ ସେଚନ ଟାର୍ଗେଟ ପୂରଣ ପାଇଁ ମିଶନ୍ ମୋଡ଼ରେ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜୀବ ଭବନ ଅଧିକ ଚଳଚଞ୍ଚଳ ଓ ସ୍ମାର୍ଟ ହେବା ଦରକାର।

