
ତାଳଚେର ପୋଲିସ ପକ୍ଷରୁ ବେଆଇନ୍ ବାଣ ଗଛିତ ରଖିଥିବା ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୫ ଲକ୍ଷ ଟଙ୍କାର ବାଣ ଜବତ କରାଯିବା ସହିତ ୬ ଜଣଙ୍କୁ ଗିରଫ କରାଯାଇଛି।ସୂଚନା ଅନୁସାରେ ତାଳଚେର ଥାନା ସନ୍ଥପଡ଼ା, ବଉଳଛକ, ନୂଆବଲଣ୍ଡା, ରାଧାରମଣପୁର ଆଦି ଅଞ୍ଚଳରେ ଚଢ଼ାଉ କରି ଏହି ବେଆଇନ ବାଣ ଜବତ କରାଯାଇଛି । ଆଗକୁ ଦୀପାବଳୀ ରହିଥିବାରୁ ଏଭଳି ପଦକ୍ଷେପ ନେବା ସହିତ ଚଢ଼ାଉ ଯୋରଦାର କରାଯିବ ବୋଲି ତାଳଚେର ଏସ୍ଡିପିଓ ଭରତ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ଏହି ଘଟଣାରେ ପୃଥକ ପୃଥକ ୬ଟି ମାମଲା ରୁଜୁ କରାଯାଇ ବେଆଇନ ବାଣ ରଖିଥିବା ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
