Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଭୂତାଣୁ ବିରୋଧରେ ଲଢିବ ସ୍ଵଦେଶୀ ଆଣ୍ଟିବଡି

Posted on October 31, 2025

ନିପାତ ହେବ ମାରାତ୍ମକ ନିପା ଭାଇରସ୍। ଭୂତାଣୁ ବିରୋଧରେ ଲଢିବ ସ୍ଵଦେଶୀ ଆଣ୍ଟିବଡି। ଆଇସିଏମଆରର ବଡ଼ ଘୋଷଣା। ଏବେ ଭାରତରେ ତିଆରି ହେବ ମୋନୋକ୍ଲୋନିକ ଅଣ୍ଟିବଡି। ପ୍ରତି ସପ୍ତାହରେ ତିଆରି ହେବ ଲକ୍ଷେ ଡୋଜ୍।

କରୋନା ଠାରୁ ବି ମାରାତ୍ମକ ନିପା ସଂକ୍ରମଣ ମୁକାବିଲା ଭାରତ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍ ପାଲଟିଥିଲା। ଏହି ଭାଇରସ୍ ସଂକ୍ରମଣ ରୋକିବା ଦିଗରେ ଭାରତକୁ ବଡ଼ ଉପଲବ୍ଧି ମିଳିଛି। ପୁଣେ ସ୍ଥିତ ଆଇସିଏମଆରର ବୈଜ୍ଞାନିକମାନେ ଗବେଷଣା କରିବା ପରେ ବିଏସଏଲ-୪ ସ୍ତରର ପ୍ରୟୋଗଶାଳାରେ ସ୍ଵଦେଶୀ ମୋନୋକ୍ଲୋନିକ ଆଣ୍ଟିବଡି ତିଆରି କରିଛନ୍ତି। ମୋନୋକ୍ଲୋନାଲ୍ ଆଣ୍ଟିବଡି ହେଉଛି ସ୍ୱତନ୍ତ୍ର ପ୍ରୋଟିନ୍ ଅଣୁ ଯାହା ଭାଇରସ୍‌ର ଏକ ନିର୍ଦ୍ଧିଷ୍ଟ ଅଂଶକୁ ଟାର୍ଗେଟ କରେ ଏବଂ ସଂକ୍ରମଣକୁ ରୋକେ। ବର୍ତ୍ତମାନ ନିପା ଭାଇରସ୍ ପାଇଁ କୌଣସି ଟିକା କିମ୍ବା ଔଷଧ ନାହିଁ। ତେଣୁ ମୋନୋକ୍ଲୋନାଲ୍ ଆଣ୍ଟିବଡିକ ସବୁଠାରୁ ପ୍ରଭାବଶାଳୀ ହେବ ବୋଲି ଆଶା କରାଯାଉଛି।

ସୂଚନା ଥାଉକି, ନିପା ଭାଇରସ୍ ଏକ ଜୁନୋଟିକ୍ ଭାଇରସ୍। ବାଦୁଡ଼ି ଏହାର ବାହାକ। ବାଦୁଡ଼ି ଖାଇଥିବା ଫଳ କିମ୍ଵା ଏମାନଙ୍କ ମଳ ଦ୍ଵାରା ସଂକ୍ରମଣ ବଢେ। ଏହା କରୋନା ଠାରୁ ଅଧିକ ମାରାତ୍ମକ। ୨୦୦୧ରେ ସିଲିଗୁଡ଼ିରେ ଦେଶର ପ୍ରଥମ ନିପା ସଂକ୍ରମଣ କେସ୍ ଚିହ୍ନଟ ହୋଇଥିଲା। ଏହାପରେ ୨୦୦୭ରେ ନଦିଆ ଜିଲ୍ଲାରେ ଚିହ୍ନଟ ହୋଇଥିଲା। ୨୦୧୮ରେ ଏହି ରୋଗରେ ୨୩ ଜଣ ସଂକ୍ରମିତ ହୋଇଥିଲେ। ୨୦୨୫ ଜୁଲାଇ ସୁଦ୍ଧା ନିପା ଭାଇରସ୍ ସଂକ୍ରମଣରେ କେରଳରେ ୯ ଜଣଙ୍କ ମୃତ୍ୟୁ ଘଟିଥିଲା।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme