Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆଜବେଷ୍ଟ ଭାଙ୍ଗି ଦୋକାନରୁ କଳାକନା ବୁଲାଇଲେ ଚୋର

Posted on October 31, 2025

ରାଉରକେଲାରେ ମାତିଲେ ଚୋର । ଆଜବେଷ୍ଟ ଭାଙ୍ଗି ଦୋନାକରୁ କଳାକନା ବୁଲାଇଛନ୍ତି । ସେକ୍ଟର -୭ ଥାନା ଅନ୍ତର୍ଗତ ସେକ୍ଟର – ୬ ଏଚ୍‌ ବ୍ଲକ୍ ମାର୍କେଟରେ ୬ଟି ଦୋକାନରୁ ଚୋରି ହୋଇଛି । ଗତକାଲି (ଗୁରୁବାର) ବିଳମ୍ବିତ ରାତିରେ କଳାକନା ବୁଲାଇଛନ୍ତି ଚୋର । ଆଜବେଷ୍ଟ ଭାଙ୍ଗି ଦୋକାନରେ ପଶି ନଗଦ ଟଙ୍କା ସହ ଜିନିଷ ପତ୍ର ଚୋରି କରିନେଇଛନ୍ତି । ଆଜି ସକାଳେ ଦୋକାନୀମାନେ ଦୋକାନ ଖୋଲିବାକୁ ଆସି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏହାକୁ ନେଇ ମାର୍କେଟ୍‌ରେ ସମସ୍ତ ଦୋକାନୀ ଏବଂ ଅଞ୍ଚଳବାସୀଙ୍କ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ ।

ସୂଚନା ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା । ଦୋକାନୀ ଓ ଅଞ୍ଚଳବାସୀ ପୁଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ଘେରାଉ କରିଥିଲେ। ଏହି ଅଞ୍ଚଳରେ ବାରମ୍ବାର ଚୋରି ହେଉଥିଲେ ମଧ୍ୟ ପୁଲିସ କୌଣସି ପଦକ୍ଷେପ ନେଉନାହିଁ ବୋଲି କହିଛନ୍ତି । ଏପରିକି ପାଟ୍ରୋଲିଂ ମଧ୍ୟ ହେଉନଥିବା ଲୋକେ ଅଭିଯୋଗ କରିଛନ୍ତି । ଚୋରମାନେ ଦୋକାନଗୁଡ଼ିକର ଆଜବେଷ୍ଟସ ଭାଙ୍ଗି ଭିତରେ ପଶି ନଗଦ ଟଙ୍କା ଓ ଜିନିଷ ପତ୍ର ନେଇ ଯାଇଛନ୍ତି । ପୁଲିସ ଦୋକାନୀଙ୍କୁ ସୁରକ୍ଷା ଦେବା ସହ ପାଟ୍ରୋଲିଂ କଡ଼ିକଡ଼ି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme