Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ତାଳଚେର ଅଞ୍ଚଳର କୋଇଲାଖଣି ବିସ୍ଥାପିତ ପ୍ରଜାସଂଘ ପକ୍ଷରୁ ତିନିଦଫା ଦାବି ନେଇ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Posted on September 24, 2025

ତାଳଚେର ଅଞ୍ଚଳର କୋଇଲାଖଣି ବିସ୍ଥାପିତ ପ୍ରଜାସଂଘ ପକ୍ଷରୁ ତିନିଦଫା ଦାବି ନେଇ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ସୂଚନା ଅନୁସାରେ, ଏମସିଏଲର ଭୁବନେଶ୍ବରୀ କୋଇଲାଖଣି ଦ୍ୱାରା ବିସ୍ଥାପିତ ଅଞ୍ଚଳର ବେକାର ଯୁବକ ଯୁବତୀଙ୍କୁ ସାଇଲୋ ସହ ବିଭିନ୍ନ ଘରୋଇ କମ୍ପାନିରେ ନିଯୁକ୍ତି ଦେବାପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ଏମ୍‌ସିଏଲ୍‌ ଦ୍ବାରା ଭିଟି ପ୍ରଦାନ କରାଯାଇଥିବା ପ୍ରାୟ ୫୦ ଜଣ ବେକାରୀ ଯୁବକଙ୍କୁ ଅଗ୍ରାଧୀକାର ଭିତ୍ତିରେ ନିଯୁକ୍ତି ମିଳିବାକୁ ପ୍ରତିଶୃତି ମିଳିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ମିଳି ପାରିଲା ନାହିଁ। ଯାହାକୁ ନେଇ ଆଜି କୋଇଲା ଖଣି ବିସ୍ଥାପିତ ପ୍ରଜାସଂଘ ପକ୍ଷରୁ ଶାନ୍ତି ପୁର୍ଣ୍ଣ ଗଣଧାରଣା ଦିଆଯାଇଛି। ଖଣି କର୍ତୃପକ୍ଷଙ୍କ ସହ ବାରମ୍ବାର ନିଯୁକ୍ତି ବାବଦରେ ବୈଠକ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏପରିକି ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ସମସ୍ତ ବୈଠକର ନିଷ୍ପତିକୁ ଠିକା ସଂସ୍ଥା କର୍ଣ୍ଣପାତ କରୁନଥିବାରୁ ଆନ୍ଦୋଳନରେ ବସିଛନ୍ତି ବିସ୍ଥାପିତ ପ୍ରଜାସଙ୍ଘ । ଖୁବଶୀଘ୍ର ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme