
ମଧ୍ୟପ୍ରଦେଶ ଧାର ଜିଲ୍ଲାରେ କ୍ରେନ ଓଲଟିବା ଯୋଗୁଁ ୨ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଦବିଥିବା ଆଶଙ୍କା କରାଯାଉଛି । ତୁରନ୍ତ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି ।
ଖବର ମୁତାବକ, ଧାର ଜିଲ୍ଲାର ପିତମପୁରର ସାଗୌର ନିକଟରେ ରେଲୱେର ଏକ ବ୍ରିଜ ନିର୍ମାଣ କାମ ଚାଲୁଥିଲା । ଯେଉଁ କାମରେ କ୍ରେନର ବ୍ୟବହାର କରାଯାଉଥିଲା । ଏକ ନିର୍ମାଣାଧୀନ ବ୍ରିଜ ନିକଟରେ ହଠାତ୍ କ୍ରେନ ଓଲଟିବା ଯୋଗୁଁ କିଛି ଗାଡ଼ି ଏହା ତଳେ ଚାପି ହୋଇଯାଇଥିଲା । ତୁରନ୍ତ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା ।
ତେବେ ଘଟଣାରେ ୨ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଦବିଥିବା ଆଶଙ୍କା କରାଯାଉଛି । କ୍ରେନ ତଳେ ଏକ ପିକଅପ୍ ଭ୍ୟାନ୍ ଦବିଥିବା କୁହାଯାଉଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । କ୍ରେନକୁ ହଟାଇବା ସହଜ ହୋଇନାହିଁ । ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଘଟଣା ସ୍ଥଳରେ କୌଣସି ପ୍ରଶାସନକି ଅଧିକାରୀ ପହଞ୍ଚିନାହାନ୍ତି ।
