
ଜନ ଅଭିଯୋଗ ଶୁଣାଣି ସମସ୍ୟା ସମାଧାନରେ ଅବହେଳା କରିଥିବାରୁ ୧୫ ଜଣ ଅଧିକାରୀଙ୍କୁ କଡା ଚେତାବନୀ ଦେଲେ ଜିଲ୍ଲାପାଳ। ସେପ୍ଟେମ୍ବର ମାସରେ ଏହି ୧୫ ଅଧିକାରୀଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।
ସୂଚନା ଅନୁସାରେ, ୭ ଜଣ ବିଡିଓ ସହିତ ସିଡିଏମଓ ମଧ୍ୟ ଏହି ତାଲିକାରେ ରହିଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ, ଏଡିଏମ ଟ୍ରେଜେରୀକୁ ପ୍ରଥମେ ଚିଠି ଲେଖି ସମ୍ବଲ୍ଲିତ ଅଧିକାରୀଙ୍କ ଦରମା ବନ୍ଦ କରିବାକୁ କହିଛନ୍ତି।
ଜନ ଅଭିଯୋଗ ଶୁଣାଣିକୁ ଗୁରୁତ୍ୱ ନଦେଇ ଲୋକଙ୍କ ସମସ୍ୟା ସମାଧାନରେ ଅବହେଳା କରୁଥିବା କାରଣରୁ ଜିଲ୍ଲା ପ୍ରଶାସନ ଏହି କଡା କାର୍ଯ୍ୟନୁଷ୍ଠାନ ନେଇଛି ବୋଲି ।
