
ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଲକ୍ଷ୍ମୀପୁର ଗାଁ ନିକଟରେ ବାଘ ବୁଲୁଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି l ସୂଚନା ପାଇ ଫରେଷ୍ଟର ବାବୁଲା ସେଠୀ ଘଟଣା ସ୍ଥଳକୁ ଯାଇ ବୁଲି ଦେଖିବା ସହ ଚାଷ ଜମିରେ ପଡ଼ିଥିବା ପାଦ ଚିହ୍ନ ଦେଖିଛନ୍ତି । ଏହା ସହ ଏକ ତାର ବାଡ଼ରେ ଲାଗିଥିବା ଲୋମକୁ ଜିଲ୍ଲା ବନ ଅଧିକାରୀ ଏବଂ ବନ୍ୟପ୍ରାଣୀ ଅଧିକାରୀଙ୍କ ନିକଟକୁ ପଠାଇଥିବା ଜଣାପଡିଛି l ବନ ବିଭାଗ ଏହାକୁ ମାଛଖିଆ ବିଲେଇ ହୋଇଥାଇ ପାରେ ବୋଲି ସୂଚନା ଦେଇଛି l ଏହି ଅଜଣା ଜନ୍ତୁର ପାଦ ଚିହ୍ନ ବାଘର ନୁହେଁ ବୋଲି ବନ୍ୟ ପ୍ରାଣୀ ଅଧିକାରୀମାନେ ସ୍ପଷ୍ଟ କରିଥିବା ବନ କର୍ମଚାରୀମାନେ କହିଛନ୍ତି l ମାଛଖିଆ ବିଲେଇ ବାଘ ପରି ଦେଖାଯାଇଥାଏ ବୋଲି ବନ ବିଭାଗ କହିଛି l
ଅନ୍ୟପଟେ ଗ୍ରାମବାସୀ ବାଘ ବୁଲୁଥିବା କହୁଛନ୍ତି l ଆଜି ରାସ୍ତା ପାର ହୋଇ ଯାଇଥିବା ଗ୍ରାମବାସୀ କହିଛନ୍ତି l ତଥାପି ନଜର ରଖାଯାଇଛି l ନିକଟରେ ପାହାଡ଼ କିମ୍ବା ଜଙ୍ଗଲ ନଥିବାରୁ ବାଘ ଏହି ଗାଁକୁ ଆସିବାର କୌଣସି ଲିଙ୍କ ନାହିଁ ବୋଲି ବନବିଭାଗ କହୁଛି l ତେବେ ଏହି ଅଜଣା ଜନ୍ତୁ ବାଘ ନା ମାଛଖିଆ ବିଲେଇ ତାହା ବନ ବିଭାଗ ନଜରରେ ଆସିଲେ ସ୍ପଷ୍ଟ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି l ଗତ ୨ ଦିନ ହେଲା ଏହି ଅଜଣା ଜନ୍ତୁଟି ଗାଁ ନିକଟରେ ଦେଖାଯାଉଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି l

