Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଗାଁରେ ବାଘ ଆତଙ୍କ, ଲୋକେ ଭୟଭୀତ

Posted on October 30, 2025

ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଲକ୍ଷ୍ମୀପୁର ଗାଁ ନିକଟରେ ବାଘ ବୁଲୁଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି l ସୂଚନା ପାଇ ଫରେଷ୍ଟର ବାବୁଲା ସେଠୀ ଘଟଣା ସ୍ଥଳକୁ ଯାଇ ବୁଲି ଦେଖିବା ସହ ଚାଷ ଜମିରେ ପଡ଼ିଥିବା ପାଦ ଚିହ୍ନ ଦେଖିଛନ୍ତି । ଏହା ସହ ଏକ ତାର ବାଡ଼ରେ ଲାଗିଥିବା ଲୋମକୁ ଜିଲ୍ଲା ବନ ଅଧିକାରୀ ଏବଂ ବନ୍ୟପ୍ରାଣୀ ଅଧିକାରୀଙ୍କ ନିକଟକୁ ପଠାଇଥିବା ଜଣାପଡିଛି l ବନ ବିଭାଗ ଏହାକୁ ମାଛଖିଆ ବିଲେଇ ହୋଇଥାଇ ପାରେ ବୋଲି ସୂଚନା ଦେଇଛି l ଏହି ଅଜଣା ଜନ୍ତୁର ପାଦ ଚିହ୍ନ ବାଘର ନୁହେଁ ବୋଲି ବନ୍ୟ ପ୍ରାଣୀ ଅଧିକାରୀମାନେ ସ୍ପଷ୍ଟ କରିଥିବା ବନ କର୍ମଚାରୀମାନେ କହିଛନ୍ତି l ମାଛଖିଆ ବିଲେଇ ବାଘ ପରି ଦେଖାଯାଇଥାଏ ବୋଲି ବନ ବିଭାଗ କହିଛି l

ଅନ୍ୟପଟେ ଗ୍ରାମବାସୀ ବାଘ ବୁଲୁଥିବା କହୁଛନ୍ତି l ଆଜି ରାସ୍ତା ପାର ହୋଇ ଯାଇଥିବା ଗ୍ରାମବାସୀ କହିଛନ୍ତି l ତଥାପି ନଜର ରଖାଯାଇଛି l ନିକଟରେ ପାହାଡ଼ କିମ୍ବା ଜଙ୍ଗଲ ନଥିବାରୁ ବାଘ ଏହି ଗାଁକୁ ଆସିବାର କୌଣସି ଲିଙ୍କ ନାହିଁ ବୋଲି ବନବିଭାଗ କହୁଛି l ତେବେ ଏହି ଅଜଣା ଜନ୍ତୁ ବାଘ ନା ମାଛଖିଆ ବିଲେଇ ତାହା ବନ ବିଭାଗ ନଜରରେ ଆସିଲେ ସ୍ପଷ୍ଟ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି l ଗତ ୨ ଦିନ ହେଲା ଏହି ଅଜଣା ଜନ୍ତୁଟି ଗାଁ ନିକଟରେ ଦେଖାଯାଉଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି l

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme