Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପୁଣି ହୀରାକୁଦ ଜଳଭଣ୍ଡାର ଖୋଲିଲା ଆଉ ୪ଟି ଗେଟ୍ । ବର୍ତ୍ତମାନ ୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ।

Posted on September 24, 2025

ହୀରାକୁଦ ଖୋଲିଲା ଆଉ ୪ଟି ଗେଟ୍ , ର୍ଷାରେ ଉବୁଟୁବୁ ସମ୍ବଲପୁର । ଘରେ ପାଣି, ବାହାରେ ପାଣି । ଲହଡ଼ି ମାଡ଼ୁଛି ଆଣ୍ଠୁଏ ଉଚ୍ଚର ପାଣି । ଆସବାବପତ୍ର ସବୁ ପାଣିରେ ଭାସୁଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସହରର ହାଉସିଂ ବୋର୍ଡ କଲୋନୀ, ଏସଆରଆଇଟି କଲୋନୀ, ଜଗନ୍ନାଥ କଲୋନୀ, ବରେଇପାଲି, ଟାଙ୍ଗରପାଲି, ସାକ୍ଷୀପଡା, ଷ୍ଟେସନ ପଡା ଓ କୁଲୁଥକାନି ଅଞ୍ଚଳରେ ପାଣି ଜମିଛି l ଡ୍ରେନେଜ ବ୍ୟବସ୍ଥା ଠିକ ନଥିବାରୁ ଗୋଟିଏ ଦିନର ବର୍ଷାରେ ବେହାଲ ହୋଇପଡିଛି ସହର ।

ସେପଟେ ପୁଣି ହୀରାକୁଦ ଜଳଭଣ୍ଡାର ଖୋଲିଲା ଆଉ ୪ଟି ଗେଟ୍ । ବର୍ତ୍ତମାନ ୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ପର୍ଯ୍ୟାୟକ୍ରମେ ଗେଟ ଖୋଲାଯାଇଛି । ବାମ ପାର୍ଶ୍ବରୁ ୫ଟି ଓ ଡାହାଣ ପାର୍ଶ୍ବରୁ ୩ଟି ଗେଟ୍ ଖୋଲାଯାଇଛି। ଏବେ ଜଳଭଣ୍ଡାରର ଜଳସ୍ତର ରହିଛି ୬୨୯.୯୭ ଫୁଟ । ଜଳଭଣ୍ଡାରକୁ ପ୍ରବେଶ କରୁଛି ୨ ଲକ୍ଷ ୫ ହଜାର ୪୨୪ କ୍ୟୁସେକ ଜଳ । ନିଷ୍କାସିତ ହେଉଛି ୧ ଲକ୍ଷ ୬୭ ହଜାର ୩୦୭ କ୍ୟୁସେକ ଜଳ ।

ଏପଟେ ଗେଟ ଖୋଲାଯାଇଥିବାରୁ ତଳମୁଣ୍ଡକୁ ସତର୍କ ସୂଚନା ଜାରି କରିଛନ୍ତି ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ । ସେପଟେ, ୨୫ ତାରିଖରେ ବଙ୍ଗୋପସାଗର ଉପରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା । ୨୭ରେ ଅବପାତରେ ପରିଣତ ହୋଇ ଦକ୍ଷିଣ ଓଡ଼ିଶା ଓ ଆ‌ନ୍ଧ୍ରପ୍ରଦେଶ ଅତିକ୍ରମ କରିପାରେ । ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ଫଳରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି

Leave a Reply Cancel reply

Your email address will not be published. Required fields are marked *

Recent Posts

  • ପହିଲାରୁ ନୂଆ ନିୟମ : ବନ୍ଦ ହେବ ନଗଦ ପେମେଣ୍ଟ
  • ୪୭ ଲକ୍ଷ ସୋସିଆଲ ମିଡିଆ ଆକାଉଣ୍ଟ ଡିଆକ୍ଟିଭ୍, ୫ ଲକ୍ଷରୁ ଅଧିକ ଆକାଉଣ୍ଟ ହଟାଇଲା ମେଟା
  •  ବିଜାପୁରରେ ଏନକାଉଣ୍ଟର, ୨ ନିହତ
  • ରବିବାରଠୁ ପକ୍ଷୀ ଗଣନା
  • ଆଜି ଥରାଇବ ଶୀତ, ରବିବାରଠୁ କମିବ ଜାଡ଼ର ପ୍ରକୋପ

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (197)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (464)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (112)
  • ରାଜ୍ୟ (1,497)
  • ସ୍ପେଶାଲ୍ ରିପୋର୍ଟ (262)
©2026 JBR Samachar | Design: Newspaperly WordPress Theme