
ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ–୩ ଭିତରେ ଏକ ଏୟାର ଇଣ୍ଡିଆ ବସ୍ରେ ହଠାତ୍ ନିଆଁ ଲାଗି ଯାଇଥିଲା । ଘଟଣା ପରେ ତୁରନ୍ତ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଦେଇଛନ୍ତି ।
ସଭାଗ୍ୟବଶତଃ, ଘଟଣା ସମୟରେ ବସ୍ରେ କେହି ଯାତ୍ରୀ ଉପସ୍ଥିତ ନଥିଲେ, ଯାହା ଫଳରେ ବଡ଼ ହାନି ହେବାରୁ ବର୍ତ୍ତି ଯାଇଛି । ବସ୍ଟି ଏୟାର ଇଣ୍ଡିଆ STS ଏୟାରପୋର୍ଟ ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ପରିଚାଳିତ ହୋଇଥିଲା।
ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ତେବେ ନିଆଁ ଲାଗିବାର କାରଣ ସଠିକ ଭାବେ ଜଣାପଡିନାହିଁ । ଏୟାର ଇଣ୍ଡିଆ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଧିକୃତ ପ୍ରତିକ୍ରିୟା ମିଳିନାହିଁ ।
