
ଦିନିକିଆ ସିରିଜରେ ପରାଜୟ ପରେ ଆଜି ମାନୁକା ଓଭାଲରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ T-20 ମ୍ୟାଚ୍ ହେବ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ଦଳ ପ୍ରତିଶୋଧ ପାଇଁ ପ୍ରସ୍ତୁତ। ଯଶପ୍ରୀତ ବୁମରା ଦଳ କୁ ଫେରିବା ଟିମ୍ ଇଣ୍ଡିଆର ମନୋବଳ ବଢ଼ାଇଛି। ଅଭିଷେକ ଶର୍ମା, ତିଳକ ବର୍ମା ଓ ସଞ୍ଜୁ ସାମସନ ଭଳି ଯୁବ ଖେଳାଳିଙ୍କ ଉପରେ ଭରସା ରଖିଛି ଭାରତ
ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ଶ ମଧ୍ୟ ନିଜ ଦଳ ନେଇ ଆତ୍ମବିଶ୍ୱାସୀ। ମ୍ୟାଚ୍ ଅପରାହ୍ଣ ୧ଟା ୪୫ରୁ ଆରମ୍ଭ ହେବ। କାନବେରା ପାଗରେ ଝିପିଝିପି ବର୍ଷା ଥିଲେ ମଧ୍ୟ ସଂଧ୍ୟାରେ ଖେଳ ପାଇଁ ପିଚ୍ ଶୁଖିବା ଆଶା କରାଯାଉଛି । ମାନୁକା ଓଭାଲରେ ବଡ଼ ସ୍କୋର ସମ୍ଭବ ନଥିବାରୁ ବୋଲରମାନଙ୍କ ପାଇଁ ଏହି ପିଚ୍ ଉପଯୁକ୍ତ ହୋଇପାରେ।
