Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପୁଲିସକୁ ଚୋରଙ୍କ ଖୋଲା ଚାଲେଞ୍ଜ, ୨ ଦିନରେ ୨ଟି ସ୍ଥାନରୁ ଚୋରି

Posted on October 29, 2025

ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଅଞ୍ଚଳରେ ଦିନକୁ ଦିନ ଚୋରି ବଢିବାରେ ଲାଗିଛି । ଗତ ୨୬ ତାରିଖରେ ବଣାଇଁ ହାଟପଦା ଠାରେ ଥିବା ବ୍ୟବସାୟୀ ରଶ୍ମି ଇଲେକ୍ଟ୍ରିକାଲସଙ୍କ ଘରୁ ଏକ ବଡ଼ ଧରଣର ଡକାୟତି ହୋଇଥିଲା । ଦୁର୍ବୃତ୍ତମାନେ ଘରୁ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଇଥିଲେ । ସେହିପରି ଗତ ୨୭ ତାରିଖ ରାତିରେ ବଣାଇଁ ଥାନା ଛତିଆଢିପାର ନିକୁଞ୍ଜ ବେହେରାଙ୍କ ଘରେ ଚୋରି ହୋଇଥିବା ଜଣାପଡିଛି।

​​​​​​​

ସୂଚନା ମୁତାବକ, ନିକୁଞ୍ଜ ବେହେରା ନିଜ ପୁଅ ବାହାଘର ପ୍ରସ୍ତୁତି ପାଇଁ ସପରିବାରେ ଅନୁଗୁଳକୁ ଯାଇଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ଚୋର ତାଙ୍କ ଘରେ ପଶି ଆଲମିରା ତାଡ଼ି ୫୨ ଗ୍ରାମ ସୁନା, ୨୦ ଗ୍ରାମ ରୁପା ସହିତ ନଗଦ ୨ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଏହା ସହ ଘରେ ଫ୍ରିଜ୍‌ରେ ରନ୍ଧା ହୋଇ ରହିଥିବା ମାଂସକୁ ଖାଇ ଚାଲି ଯାଇଥିଲେ।

ସେହିପରି ମଙ୍ଗଳବାର ବିଳମ୍ବିତ ରାତିରେ ବଣାଇଁ ସହରର ମୁଖ୍ୟ ରାସ୍ତା କଡ଼ରେ ଥିବା ଚନ୍ଦନ ସାହୁଙ୍କ ଚା’ ଦୋକାନକୁ ତାଡି ଦୋକାନରେ ଥିବା ଏକ ଟିଭି, ସାଉଣ୍ଡ ସିଷ୍ଟମ, ବିକ୍ରି ପାଇଁ ଥିବା ପ୍ରାୟ ୩୨ଟି ବିସ୍କୁଟ ଡବା, କ୍ଷୀର ଇତ୍ୟାଦି ସାମଗ୍ରୀ ଚୋରି କରି ନେଇଯାଇଛନ୍ତି । ପୁଲିସ ରାତିରେ ପାଟ୍ରୋଲିଂ କରୁଥିବା କହିଥିଲେ ହେଁ ମୁଖ୍ୟ ରାସ୍ତା କଡ଼ରେ ଥିବା ଦୋକାନରୁ ଚୋରି ଘଟଣାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ଦିନକୁ ଦିନ ବଣାଇଁରେ ବାଂଲାଦେଶୀଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଚୋରି ଘଟଣା ବି ସେହି ହାରରେ ବଢ଼ୁଥିବାରୁ ପୁଲିସ ଏ ଦିଗରେ ଶୀଘ୍ର ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme