Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପୁଲିସକୁ ଚୋରଙ୍କ ଖୋଲା ଚାଲେଞ୍ଜ, ୨ ଦିନରେ ୨ଟି ସ୍ଥାନରୁ ଚୋରି

Posted on October 29, 2025

ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଅଞ୍ଚଳରେ ଦିନକୁ ଦିନ ଚୋରି ବଢିବାରେ ଲାଗିଛି । ଗତ ୨୬ ତାରିଖରେ ବଣାଇଁ ହାଟପଦା ଠାରେ ଥିବା ବ୍ୟବସାୟୀ ରଶ୍ମି ଇଲେକ୍ଟ୍ରିକାଲସଙ୍କ ଘରୁ ଏକ ବଡ଼ ଧରଣର ଡକାୟତି ହୋଇଥିଲା । ଦୁର୍ବୃତ୍ତମାନେ ଘରୁ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଇଥିଲେ । ସେହିପରି ଗତ ୨୭ ତାରିଖ ରାତିରେ ବଣାଇଁ ଥାନା ଛତିଆଢିପାର ନିକୁଞ୍ଜ ବେହେରାଙ୍କ ଘରେ ଚୋରି ହୋଇଥିବା ଜଣାପଡିଛି।

​​​​​​​

ସୂଚନା ମୁତାବକ, ନିକୁଞ୍ଜ ବେହେରା ନିଜ ପୁଅ ବାହାଘର ପ୍ରସ୍ତୁତି ପାଇଁ ସପରିବାରେ ଅନୁଗୁଳକୁ ଯାଇଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ଚୋର ତାଙ୍କ ଘରେ ପଶି ଆଲମିରା ତାଡ଼ି ୫୨ ଗ୍ରାମ ସୁନା, ୨୦ ଗ୍ରାମ ରୁପା ସହିତ ନଗଦ ୨ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଏହା ସହ ଘରେ ଫ୍ରିଜ୍‌ରେ ରନ୍ଧା ହୋଇ ରହିଥିବା ମାଂସକୁ ଖାଇ ଚାଲି ଯାଇଥିଲେ।

ସେହିପରି ମଙ୍ଗଳବାର ବିଳମ୍ବିତ ରାତିରେ ବଣାଇଁ ସହରର ମୁଖ୍ୟ ରାସ୍ତା କଡ଼ରେ ଥିବା ଚନ୍ଦନ ସାହୁଙ୍କ ଚା’ ଦୋକାନକୁ ତାଡି ଦୋକାନରେ ଥିବା ଏକ ଟିଭି, ସାଉଣ୍ଡ ସିଷ୍ଟମ, ବିକ୍ରି ପାଇଁ ଥିବା ପ୍ରାୟ ୩୨ଟି ବିସ୍କୁଟ ଡବା, କ୍ଷୀର ଇତ୍ୟାଦି ସାମଗ୍ରୀ ଚୋରି କରି ନେଇଯାଇଛନ୍ତି । ପୁଲିସ ରାତିରେ ପାଟ୍ରୋଲିଂ କରୁଥିବା କହିଥିଲେ ହେଁ ମୁଖ୍ୟ ରାସ୍ତା କଡ଼ରେ ଥିବା ଦୋକାନରୁ ଚୋରି ଘଟଣାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ଦିନକୁ ଦିନ ବଣାଇଁରେ ବାଂଲାଦେଶୀଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଚୋରି ଘଟଣା ବି ସେହି ହାରରେ ବଢ଼ୁଥିବାରୁ ପୁଲିସ ଏ ଦିଗରେ ଶୀଘ୍ର ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme