
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥିବା ଜଣେ ଭକ୍ତଙ୍କ ଜୀବନ ଦର୍ଶନ ପୂର୍ବରୁ ଶେଷ ହେଲା । ନୂଆଦିଲ୍ଲୀର ୭୬ ବର୍ଷୀୟ ମୁଲଚାନ୍ଦ ଗୁପ୍ତା ପରିବାର ସହିତ ଶ୍ରୀକ୍ଷେତ୍ର ପୁରୀ ଆସିଥିଲେ ମହାପ୍ରଭୁଙ୍କ ଦର୍ଶନ ପାଇଁ ।
ସାତପାହାଚ ଦେଇ ମନ୍ଦିର ଭିତରକୁ ଯାଉଥିବା ବେଳେ ହଠାତ୍ ଟଳିପଡି ଅସୁସ୍ଥ ହୋଇପଡିଥିଲେ ଗୁପ୍ତା । ପରିବାରଲୋକ ତାଙ୍କୁ ତୁରନ୍ତ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ । ତେବେ ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏହି ଘଟଣା ନେଇ ମନ୍ଦିର ପରିସରରେ ଶୋକର ଛାୟା ପସରିଛି । ମହାପ୍ରଭୁଙ୍କ ଦର୍ଶନ ପାଇଁ ରାଜଧାନୀରୁ ଆସିଥିବା ଭକ୍ତଙ୍କ ଏହି ଦୁର୍ଘଟଣା ସମସ୍ତଙ୍କୁ ବିସ୍ମିତ କରିଦେଇଛି ।
