Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କ୍ଷତ ଶୁଖିଛି ହେଲେ ଚିହ୍ନ ଯାଇନି, ଆଜି ବି ‘ମହାବାତ୍ୟା’ ଶୁଣିଲେ ଛାତିରେ ପଶେ ଛନକା

Posted on October 29, 2025

ସେଦିନ ଥିଲା ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ । ସକାଳୁ ସକାଳୁ ଆରମ୍ଭ ହୋଇଥିଲା ବର୍ଷା । ଧୀରେ ଧୀରେ ପବନ ବଢିଲା । ତୁହାକୁ ତୁହା ବର୍ଷା । ଘଣ୍ଟାପ୍ରତି ୩୦୦ କିମି ବେଗରେ ବହିଥିଲା ପବନ । ଆଜିକୁ ଠିକ୍‌ ୨୬ ବର୍ଷ ତଳେ ଓଡ଼ିଶା ଦେଖିଥିଲା ମହାବାତ୍ୟା । ସେ ଦିନ ମନେ ପଡିଲେ ଆଜି ବି ଛାତି ଥରି ଉଠେ । ଇତିହାସରେ ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଥିଲା । ପ୍ରଳୟ ରଚିଥିଲା ମହାବାତ୍ୟା । ଆଖି ପିଛୁଳାକେ ଛାରଖାର ହୋଇଥିଲା ଘରଦ୍ୱାର । ଉଜୁଡ଼ି ଯାଇଥିଲା ପରିବାର । ସବୁ କିଛି ଛଡାଇ ନେଇଥିଲା ପ୍ରଳୟଙ୍କରୀ ଘୂର୍ଣ୍ଣିଝଡ଼।  କୁଢକୁଢ ମୃତଦେହ ବୟାନ କରୁଥିଲା ବାତ୍ୟାର ଭୟଙ୍କର ଚିତ୍ର । ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା ଉପକୂଳ ଓଡ଼ିଶା । ଜଗତସିଂହପୁର ଜିଲ୍ଲା ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ଉପକୂଳିଆଙ୍କ ମନରେ ଆଜି ବି ସେଦିନର କ୍ଷତି ରହିଛି ।

ଅକ୍ଟୋବର ୨୯ ସକାଳ ପ୍ରାୟ ୧୦ଟା ୩୦ରେ ଜଗତସିଂହପୁରର ଏରସମା ଓ ବାଲିକୁଦା ମଧ୍ୟରେ ମହାବାତ୍ୟା ମାଡ଼ ହୋଇଥିଲା । ୩୦୦ କିମି ବେଗରେ ବହିଥିଲା ପବନ । ଉପକୂଳ ଓଡ଼ିଶାରେ ୩ ଦିନ ଧରି ବର୍ଷା ଲାଗି ରହିଥିଲା । ମହାବାତ୍ୟାରେ ଧନଜୀବନ ହାନୀର ତାଲିକା ବେଶ୍ ଲମ୍ବା । ଧ୍ୱସ୍ତବିଧ୍ୱସ୍ତ ହୋଇଥିଲା ସମୁଦ୍ର କୂଳିଆ ଗାଁ । ମହାବାତ୍ୟା ବିଭୀଷିକା ଆଁରେ ହଜିଯାଇଥିଲା ଗାଁ । ଚାଲିଯାଇଥିଲା ଶହ ଶହ ଜୀବନ । ସରକାରୀ ତଥ୍ୟ ଅନୁସାରେ ପ୍ରାୟ ୧୦ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା । ମା କୋଳରୁ ପିଲା, ସ୍ୱାମୀ ଆଖି ଆଗରେ ସ୍ତ୍ରୀ ତ କାହାର ପୁରା ପରିବାରକୁ ନିଶ୍ଚିହ୍ନ କରିଦେଇଥିଲା ମହାବାତ୍ୟା । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅଞ୍ଚଳ ଏକପ୍ରକାର ଧ୍ୱଂସସ୍ତୁପ ପାଲଟିଥିଲା । ଯୁଆଡ଼େ ଚାହିଁଲେ ଖାଲି କୁଢ କୁଢ ମୃତଦେହ । ଗୃହପାଳିତ ପଶୁ-ମଣିଷଙ୍କ ମୃତଦେହ ପଡିଥିଲା । ସେ ଦୃଶ୍ୟ ଥିଲା ହୃଦୟବିଦାରକ ।

୧୯୯୯ରେ ତାଣ୍ଡବ ରଚିଥିବା ମହାବାତ୍ୟା ପରେ ଓଡ଼ିଶା ଅନେକ ବାତ୍ୟାର ସାମ୍ନା କରିଛି । ୨୦୧୩ ଅକ୍ଟୋବରରେ ବାତ୍ୟା ‘ଫାଇଲିନ୍’, ୨୦୧୪ ଅକ୍ଟୋବର ୧୨ରେ ‘ହୁଡୁହୁଡୁ’, ୨୦୧୮ରେ ‘ତିତିଲି’ । ଏ ସବୁ ପ୍ରାୟ ଅକ୍ଟୋବର ମାସରେ ହୋଇଥିଲା । ହେଲେ ୨୦୧୯ରେ ମେ’ ମାସରେ ମାଡ଼ ହୋଇଥିଲା ବାତ୍ୟା ‘ଫନି’ । ଯାହା ପୁରୀ, ଜଗତସିଂହପୁର, ଖୋର୍ଦ୍ଧାର ଚିତ୍ର ବିଗାଡିଥିଲା । ଏହାପରେ ‘ବୁଲ୍‌ବୁଲ୍‌’, ‘ଅମ୍ପାନ’, ‘ୟାସ୍‌’, ‘ଗୁଲାବ୍‌’, ‘ଜୱାଦ’, ‘ଅସାନୀ’ ଓଡ଼ିଶା ସ୍ପର୍ଶ କରିଛି । ହେଲେ ମହାବାତ୍ୟାର କୋପ ଥିଲା ଭୟଙ୍କର ।

ସେଦିନ ଯେମିତି ପ୍ରକୃତି କୋପ ଆଗରେ ଅସହାୟ ହୋଇ ପଡ଼ିଥିଲା ମଣିଷ । ୧୯୯୯ର ସେ ମହାବାତ୍ୟା ଓଡି଼ଶାବାସୀଙ୍କୁ ଦେଖାଇ ଦେଇଥିଲା ତାର କରାଳ ରୂପ । ସର୍ବାଧିକ ପ୍ରଭାବିତ ହୋଇଥିଲା ଜଗତସିଂହପୁର ଏସରମା ବ୍ଲକ । ସେମାନଙ୍କ କ୍ଷତ ଶୁଖିଯାଇଛି ସତ, କିନ୍ତୁ ଏବେ ବି ତାର ଚିହ୍ନ ରହିଛି । ୧୯୯୯ ମସିହା ଓଡ଼ିଶାବାସୀଙ୍କ ପାଇଁ ଅଭିଶପ୍ତର ବର୍ଷ ଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme