Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଲ୍ୟାଣ୍ଡଫଲ୍ କଲା ଶତାବ୍ଦୀର ସବୁଠୁ ଶକ୍ତିଶାଳୀ ବାତ୍ୟା, ରଚିଲା ବିଧ୍ଵଂସ ଲୀଳା

Posted on October 29, 2025

କାରିବିୟାନ ଦେଶ ଜାମାଇକାରେ ମଙ୍ଗଳବାର ରାତିରେ ତାଣ୍ଡବ ରଚିଛି ଶକ୍ତିଶାଳୀ ବାତ୍ୟା ‘ମେଲିସା’ । ରାତି ପ୍ରାୟ ୧୦ଟା ୪୦ରେ ଏହା ଲ୍ୟାଣ୍ଡଫଲ୍‌ କରିବା କ୍ଷଣି ଧ୍ୱଂସ ଲୀଳା ରଚିଥିଲା । ଘରଦ୍ୱାର ଭାଙ୍ଗିବା ସହ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ଆଦି ଉପୁଡ଼ିଥିଲା । ବାତ୍ୟା ମେଲିସାର ଘଣ୍ଟା ପିଛା ବେଗ ୧୮୫ ମାଇଲ୍‌ ବା ପାଖାପାଖି ୩୦୦ କିଲୋମିଟର ରହିଥିଲା । ଶତାବ୍ଦୀ ମଧ୍ୟରେ ଏହା ସବୁଠୁ ଶକ୍ତିଶାଳୀ ବାତ୍ୟା ବୋଲି କୁହାଯାଉଛି ।

ଖବର ଲେଖାହେବା ସୁଦ୍ଧା ଜାମାଇକାରେ ୩, ହାଇତିରେ ୩ ଓ ଡୋମିନିକାନ ରିପବ୍ଲିକରେ ଜଣଙ୍କର ମୃତ୍ୟୁ ଘଟିଥିଲା । ଏହାର ପ୍ରଭାବରେ କ୍ୟୁବାରେ ୬ ଲକ୍ଷ ଓ ଜାମାଇକାରେ ୨୮ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଛି । ଜାତିସଂଘ ମେଲିସାକୁ ଶତାବ୍ଦୀର ସବୁଠୁ ଶକ୍ତିଶାଳୀ ବାତ୍ୟା ଅଭିହିତ କରିଛି । ଜାମାଇକାରେ ତାଣ୍ଡବ ରଚିବା ପୂର୍ବରୁ ଏହା ପ୍ରଥମେ ହାଇତି ଓ ଡୋମିନିକାନ ରିପବ୍ଲିକରେ ଧ୍ୱଂସଲୀଳା ରଚିଥିଲା । ଏହି ପ୍ରଚଣ୍ଡ ବାତ୍ୟା ସମଗ୍ର ଜାମାଇକାକୁ ଧ୍ୱଂସ କରିଦେବା ନେଇ ଆଶଙ୍କା ଉପୁଜିଥିଲା । ଖବର ଲେଖାହେବା ବେଳକୁ ସେଠାରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ବି ହେଉଥିଲା । ଜାମାଇକାରେ ମୋଟ ୭୦ ସେମି ବର୍ଷା ହେବା ନେଇ ଆଶଙ୍କା ରହିଛି ।

ମେଲିସା ଶନିବାର ଘଣ୍ଟା ପିଛା ୧୨୦ କିମି ବେଗରେ ବହିବା ଆରମ୍ଭ କରିଥିଲା । ୨୪ ଘଣ୍ଟାରେ ଏହାର ଗତି ଘଣ୍ଟା ପ୍ରତି ୨୨୫ କିମିକୁ ବଢ଼ିଥିଲା । ସୋମବାର ଏହାର ଗତି ୨୬୦ କିମି ହୋଇଥିଲା । ଫଳରେ ଏହା କାଟେଗୋରି-୫ ବାତ୍ୟାରେ ପରିଣତ ହୋଇଥିଲା । କାଟେଗୋରି-୫ ବାତ୍ୟାରେ ଏହା ସର୍ବାଧିକ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଏହାର ପ୍ରଭାବ ଏତେ ପ୍ରଚଣ୍ଡ ହୋଇଥାଏ ଯେ ଏହା କଂକ୍ରିଟ କୋଠାକୁ ବି କ୍ଷତି ପହଞ୍ଚାଇପାରେ । ଗଛ, ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ିବା ସହ ଯୋଗାଯୋଗ ବ୍ୟବସ୍ଥା ଠପ୍‌ ହୋଇଯାଏ । ତଟବର୍ତ୍ତୀ ଅଞ୍ଚଳରେ ଏହାଯୋଗୁ ସୁନାମି ଉଠି ଭୟଙ୍କର ବନ୍ୟାର କାରଣ ସାଜିଥାଏ । ଜାମାଇକାରେ ବାତ୍ୟା ମେଲିସା ଯୋଗୁ ୧୫ ଲକ୍ଷ ପର୍ଯ୍ୟନ୍ତ ଲୋକ ସିଧାସଳଖ ପ୍ରଭାବିତ ହେବା ନେଇ ଇଣ୍ଟରନ୍ୟାସନାଲ ଫେଡେରେସନ ଅଫ୍‌ ଦ ରେଡ୍‌ କ୍ରସ୍‌ ପକ୍ଷରୁ ଆକଳନ କରାଯାଇଛି ।     

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme