
ଆନ୍ଧ୍ରରେ ତାଣ୍ଡବ ରଚିବା ପରେ ଦୁର୍ବଳ ହେଲା ମୋନ୍ଥା। ଏହାର ପ୍ରଭାବରେ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେଉଛି। ଲଗାଣ ବର୍ଷା ଯୋଗୁଁ ପାହାଡ଼ରୁ ବଡ଼ ବଡ଼ ପଥର ଧସି ଚିମିଡ଼ି ପାଲି ଓ ବୋରା ଗୁହାଲୁ ମଧ୍ୟରେ ଥିବା ରେଳ ଧାରଣା ଉପରେ ପଡ଼ିଛି। ଫଳରେ କିରଣ୍ଡୁଲ-କୋରାପୁଟ-କୋତ ୱଲାସା ମଧ୍ୟରେ ରେଳ ଚଳାଚଳ ପ୍ରଭାବିତ ହୋଇଛି। ରେଳ ଧାରଣା ଉପରେ ମାଟି ଜମିଛି।
ସୂଚନାନୁଯାୟୀ, ପାହାଡ଼ରେ ଭୂସ୍ଖଳନ ଘଟିବାରୁ ଚିମିଡ଼ି ପାଲି ଓ ବୋରା ଗୁହାଲୁ ରେଳ ଷ୍ଟେସନର ୧୧୭ ରୁ ୧୨୫ କିମି ମଧ୍ୟରେ ରେଳ ଧାରଣା ଉପରେ ବଡ଼ ବଡ଼ ପଥର ପଡ଼ିଛି। ରେଳ ଧାରଣା ଉପରେ ବର୍ଷା ଜଳ ପ୍ରବାହିତ ହେଉଛି। କିରଣ୍ଡୁଲ-କୋରାପୁଟ-କୋତ ୱଲାସା ମଧ୍ୟରେ ରେଳ ଚଳାଚଳ ପ୍ରଭାବିତ ହୋଇଛି। ମାଲବାହୀ ଟ୍ରେନ୍ ଅଟକି ରହିଛି। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବଡ଼ ବଡ଼ ପଥର ପଡିବାରୁ ରେଳ ଧାରଣା କ୍ଷତିଗ୍ରସ୍ତ ହୋଇଛି।
