
ଜଙ୍କିଆ ଥାନା ଅନ୍ତର୍ଗତ ନାଳସିଂହ ଜଙ୍ଗଲରୁ ପୁଲିସ ଜଣେ ଯୁବକଙ୍କ କଙ୍କାଳ ଜବତ କରିଛି । ତାଙ୍କ ପରିଚୟ ମିଳିପାରିନଥିବା ବେଳେ ବୟସ ୩୦ ବର୍ଷ ହୋଇଥିବା ଅନୁମାନ କରାଯାଉଛି। ତେବେ ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି, ତାହା ସ୍ପଷ୍ଟ ହୋଇନାହିଁ । ନରକଙ୍କାଳ ପ୍ରାୟ ଦେଢ ମାସ ତଳୁ ଜଙ୍ଗଳରେ ପଡ଼ିଥିବା ପୁଲିସ ଅନୁମାନ କରୁଛି ।
ପୁଲିସ ଘଟଣା ସ୍ଥଳରୁ ଗୋଟିଏ ବାଇକ୍ ଜବତ କରି ମୃତକଙ୍କ ପରିଚୟ ଖୋଜୁଛି । ଜଙ୍କିଆ ଥାନା ଅଧିକାରୀ ନରକଙ୍କାଳ ଉକ୍ତ ସ୍ଥାନକୁ କେମିତି ଆସିଲା ତାହାର ତଦନ୍ତ କରୁଛନ୍ତି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କଙ୍କାଳକୁ ବ୍ୟବଚ୍ଛେଦ କରିବାକୁ ବ୍ୟବସ୍ଥା ହୋଇଛି । ଏଯାବତ୍ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ବୋଲି ପ୍ରକାଶ କରିଛନ୍ତି।
