Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଲ୍ୟାଣ୍ଡଫଲ କଲା ବାତ୍ୟା ମୋନ୍‌ଥା, ଓଡିଶାରେ ପଡିବ ନାହିଁ ବିଶେଷ ପ୍ରଭାବ

Posted on October 29, 2025

ଆନ୍ଧ୍ରପ୍ରଦେଶର ଅମଲାପୁରମଠାରେ ଲ୍ୟାଣ୍ଡଫଲ କରିଛି ବାତ୍ୟା ମୋନ୍‌ଥା। ଏହାର ପ୍ରଭାବରେ ସେଠାରେ ପ୍ରବଳ ବର୍ଷା ଆରମ୍ଭ ହୋଇଥିବାବେଳେ, ଝଟକା ପବନ ମଧ୍ୟ ବହିବା ଆରମ୍ଭ ହୋଇଯାଇଛି। ଆକଳନ ଅନୁସାରେ ବାତ୍ୟା ମୋନ୍‌ଥାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟାକୁ ଆହୁରି ୧ ଘଣ୍ଟାରୁ ଅଧିକ ସମୟ ଲାଗିବ। ଅବଶ୍ୟ ଲ୍ୟାଣ୍ଡଫଲ ପରେ କ୍ରମଶଃ ଦୁର୍ବଳ ହେବ ବାତ୍ୟା।

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଏହି ଘୂର୍ଣ୍ଣିଝଡ଼ ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଲ୍ୟାଣ୍ଡଫଲ୍‌ ଯୋଗୁ ସେଠାରେ ପବନର ବେଗ ବଢ଼ିଛି। ଅବଶ୍ୟ ଏପର୍ଯ୍ୟନ୍ତ ବାତ୍ୟାର ସେତେଟା ପ୍ରଭାବ ଦେଖିବାକୁ ମିଳିନାହିଁ। ତଥାପି ପାଣିପାଗ ବିଭାଗର ଆକଳନ ଅନୁସାରେ ଘଣ୍ଟା ପ୍ରତି ୯୦-୧୦୦ କିମି ରହିପାରେ। ସେହିଭଳି ଝଟକା ପବନ ୧୧୦ କିଲୋମିଟର ପ୍ରତିଘଣ୍ଟା ହୋଇପାରେ।

ବାତ୍ୟା ଯୋଗୁ ଆନ୍ଧ୍ର ପ୍ରଦେଶର ଉପକୂଳବର୍ତ୍ତୀ ଜିଲ୍ଲା ବିଶେଷ କରି କାକିନାଡ଼ା, ବିଶାଖାପାଟଣା, କୃଷ୍ଣା, ପଶ୍ଚିମ ଗୋଦାବରୀ ଭଳି ଜିଲ୍ଲା ବିଶେଷ ଭାବରେ ପ୍ରଭାବିତ ହେବ। ଏଥିପାଇଁ ଏସବୁ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ତେବେ ବାତ୍ୟା ଯୋଗୁ ଓଡ଼ିଶାକୁ ବିଶେଷ କ୍ଷତି ସମ୍ଭାବନା ନାହିଁ। ତଥାପି ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲା ବିଶେଷ କରି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମରେ ଏହାର କିଛିଟା ପ୍ରଭାବ ପଡ଼ିବା ନେଇ ଆକଳନ କରାଯାଇଛି । ବାତ୍ୟା ପ୍ରଭାବରେ ଏସବୁ ଅଞ୍ଚଳରେ ପ୍ରବଳ ବର୍ଷାର ଅନୁମାନ କରାଯାଇଛି। ସେହିଭଳି ପଶ୍ଚିମବଙ୍ଗରେ ହାଓଡା, ଉତ୍ତର ୨୪ ପରଗଣା, ଇତ୍ୟାଦି ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ପାଇଁ ୟୋଲୋ ଆଲର୍ଟ ଜାରି କରାଯାଇଛି।

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ବାତ୍ୟା ମାଲକାନଗିରିକୁ ପଶିବା ପରେ ପଶ୍ଚିମ ଓଡ଼ିଶା ସୀମାର ସମାନ୍ତରାଳ ଭାବେ ଛତିଶଗଡ଼କୁ ଯିବ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme