Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବାତ୍ୟା ‘ମୋନ୍ଥା’ ମଧ୍ୟରେ ତାଳଚେର ଏମସିଏଲ ପକ୍ଷରୁ ବର୍ଷା ସତ୍ତ୍ୱେ ବିସ୍ଥାପନ ଜାରି

Posted on October 28, 2025

ରାଜ୍ୟରେ ବାତ୍ୟା ମୋନ୍ଥାର ପ୍ରଭାବରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସରକାର ସ୍ଥାନାନ୍ତର କରୁଥିବା ବେଳେ ତାଳଚେର ଏମସିଏଲ ପକ୍ଷରୁ ବର୍ଷା ସତ୍ତ୍ୱେ ଲୋକଙ୍କୁ ବିସ୍ଥାପିତ କରାଯାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଏମସିଏଲ ର ଏଭଳି ହୀନ ଚକ୍ରାନ୍ତକୁ ଦୃଢ଼ ନିନ୍ଦା କରିଛନ୍ତି ବିଧାୟକ ଓ ଗ୍ରାମବାସୀ । ଉଛେଦ କାର୍ଯ୍ୟକୁ ବିଧାୟକ ବିରୋଧ କରିଥିବା ବେଳେ ତାଙ୍କୁ ପୋଲିସ ଅଟକାଇ ଉଛେଦ କାର୍ଯ୍ୟ ଜାରି ରଖିଥିଲେ । ସୂଚନା ଅନୁସାରେ ତାଳଚେର ହିଲୋଇ ଗ୍ରାମକୁ ଅନନ୍ତ କୋଇଲା ଖଣି ପକ୍ଷରୁ ଉଛେଦ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ମୃତୟନ କରାଯାଇଥିଲା ।ପୂର୍ବରୁ କୌଣସି ନୋଟିସ ନ ଦେଇ ଆଜି ସକାଳୁ ଘର ଭାଙ୍ଗି ଉଛେଦ କରାଯାଇଛି ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ହିଲୋଇ ଗ୍ରାମର ୧୦୯ଟି ପରିବାରକୁ ଉଚ୍ଛେଦ କରିବା ପାଇଁ ଖଣି କତ୍ତୃପକ୍ଷ ପୂର୍ବରୁ ଅନେକ ଥର ନୋଟିସ କରିଥିଲେ ମଧ୍ୟ ଗ୍ରାମବାସୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଖଣି କତ୍ତୃପକ୍ଷ ଦେଉନଥିବାରୁ ଗ୍ରାମବାସୀ ଘର ଛାଡ଼ି ଅନ୍ୟତ୍ର ଯାଉନଥିଲେ ।

ଗ୍ରାମକୁ ନାଇନ ୱlନ ପରେ ଘର କରିଥିଲେ ମଧ୍ୟ ତାଙ୍କୁ ଉପଯୁକ୍ତ ପ୍ରାପ୍ତ ଏମ ସି ଏଲ ଦେବାର ପ୍ରାବଧାନ ରହିଥିଲେ ମଧ୍ୟ ଏମ ସି ଏଲ ଓ ପ୍ରଶାସନ ତରଫରୁ କୌଣସି ନୋଟିସ ନ ଦେଇ ଗ୍ରାମବାସୀଙ୍କୁ ବିସ୍ଥାପିତ କରୁଥିବା ବେଳେ ଖବର ପାଇ ସ୍ଥାନୀୟ ସରପଞ୍ଚ ଓ ତାଳଚେର ବିଧାୟକ ଘଟଣାସ୍ଥଳରେ ପହଂଚି ଆଲୋଚନା କରିବା ସହ ଘର ନଭାଙ୍ଗିବାକୁ ନିବେଦନ କରିଥିଲେ କିନ୍ତୁ ପୋଲିସ ପ୍ରଶାସନ କୌଣସି କଥା ନଶୁଣି ଜୋର ଜବରଦସ୍ତ ଘର ଭାଙ୍ଗୁଥିବାରୁ ବିଧାୟକ ଭଙ୍ଗାଯାଉଥିବା ସ୍ଥାନକୁ ଯାଇ ଉଚ୍ଛେଦ କାର୍ଯ୍ୟକୁ ବନ୍ଦ କରିବାକୁ ଯିବାବେଳେ ବିଧାୟକଙ୍କୁ ପୋଲିସ ଅଟକାଇବାର ଚିତ୍ର ସାମ୍ନାକୁ ଆସିଥିଲା । ଏଭଳି ତରବରିଆ ଭାବେ ବିସ୍ଥାପିତଙ୍କ ଘରକୁ ଭାଙ୍ଗୁଥିବାରୁ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି ।ପ୍ରଥମଥର ପାଇଁ ତାଳଚେର ଖଣି ଅଞ୍ଚଳରେ ଏଭଳି ଉଛେଦ ପ୍ରକ୍ରିୟା ନିନ୍ଦନୀୟ ବୋଲି ବିଧାୟକଙ୍କ ସହ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ପ୍ରଶାସନ ଓ ଏମ୍ସିଏଲ କତ୍ତୃପକ୍ଷ କ୍ୟାମେରା ସମ୍ମୁଖରେ ପ୍ରତିକ୍ରିୟା ଦେବା ପାଇଁ ମନା କରିଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme