
ଭୀଷଣ ରୂପ ନେଇ ମାଡି ଆସୁଛି ବାତ୍ୟା ମୋନ୍ଥା। ଯାହାର ପ୍ରଭାବ ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଦେଖିବାକୁ ମିଳିଛି। ଗତକାଲି ଠାରୁ ତୁହାକୁ ତୁହା ବର୍ଷା ଲାଗି ରହିଥିବା ବେଳେ ପବନର ବେଗ ମଧ୍ୟ ବୃଦ୍ଧି ପାଇଛି । ବର୍ଷା ଓ ପବନ ଯୋଗୁଁ ରା. ଉଦୟଗିରି ବ୍ଲକ ଲୁବୁରୁସିଂ ନିକଟରେ ଏକ ବିରାଟ ଗଛ ରାସ୍ତା ଉପରେ ଉପୁଡ଼ି ପଡ଼ିଛି । ଫଳରେ ମୋହନାରୁ ପାରଳାଖେମୁଣ୍ଡି ଯାତାୟତ ବାଧାପ୍ରାପ୍ତ ହୋଇଛି । ଏନେଇ ଖବରପାଇ ରା. ଉଦୟଗିରି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୁ ଗଛ ହଟାଇବାକୁ ଚେଷ୍ଟା କରୁଛନ୍ତି । ସେହିପରି ବିଭିନ୍ନ ସ୍ଥାନରେ ଘର ଭାଙ୍ଗିବା ଚିତ୍ର ମଧ୍ୟ ନଜରକୁ ଆସିଛି । ବାତ୍ୟା ପ୍ରଭାବରେ ମୋହନା ବ୍ଲକ ଅକିଲି ଗାଁର ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗିଥିବା ସୂଚନା ମିଳିଛି ।

