Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବେଆଇନ ଗୋ-ଚାଲାଣ ବେଳେ ମାଡ଼ି ବସିଲା ପୁଲିସ, ୧୬ ଗୋରୁ ଉଦ୍ଧାର

Posted on October 28, 2025

ପଶ୍ଚିମବଙ୍ଗକୁ ବେଆଇନ ଗୋ-ଚାଲାଣ ବେଳେ ମାଡ଼ି ବସିଲା ପୁଲିସ, ୧୬ ଗୋରୁ ଉଦ୍ଧାର। ୫ ଅଭିଯୁକ୍ତ ଥାନାରେ ଅଟକ। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଧିକାରୀ ପାଟ୍ରୋଲିଂ କରୁଥିବା ବେଳେ ଏହି ଗୋରୁଙ୍କୁ ଉଦ୍ଧାର କରିଛନ୍ତି । ଗୋରୁଙ୍କ ପାଇଁ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରାଯାଇଛି। 

ସୂଚନାନୁଯାୟୀ, ରାସଗୋବିନ୍ଦପୁର ଥାନା ଅଧିକାରୀ ପାଟ୍ରୋଲିଂ କରୁଥିବା ବେଳେ ସୁବାନଡିହ-କୃଷ୍ଣଚନ୍ଦ୍ରପୁର ରାସ୍ତାରେ ୧୬ଟି ଗୋରୁଙ୍କୁ ଚଲାଇ ଚଲାଇ ନିଆଯାଉଥିବା ଦେଖିଥିଲେ। ସନ୍ଦେହ ହେବାରୁ ତାଙ୍କୁ ଅଟକାଇ ପଚରାଉଚରା କରିଥିଲେ। ଏହି ସବୁ ଗୋରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ଜାଣି ୫ ଜଣ ଗାଈ ଖେଦାଳିଙ୍କୁ ଅଟକ ରଖିଛନ୍ତି। ସମସ୍ତ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ୫ ଅଭିଯୁକ୍ତଙ୍କ ଠାରୁ କିଛି ରସିଦ୍ ଜବତ ହୋଇଛି। ପ୍ରତି ରସିଦରେ ଗୋରୁଙ୍କ ମୂଲ୍ୟ ୧୦ ହଜାର ବୋଲି ଲେଖାଯାଇଛି। ଏଥିରେ ବେତନଟୀ ନିୟନ୍ତ୍ରିତ ବଜାର କମିଟି, ଖୁଣ୍ଟା ଗୋରୁ ହାଟର ଉଲ୍ଲେଖ ଅଛି। ତେଣୁ ଆରଏମସିକୁ ମଧ୍ୟ ତଦନ୍ତ ପରିସର ପରିସରଭୁକ୍ତ କରାଯିବ ବୋଲି ଆଇଆଇସି କହିଛନ୍ତି। ଅଟକ ଥିବା ବ୍ୟକ୍ତିମାନେ ପଶ୍ଚିମବଙ୍ଗର ସୁରୁ ଟୁଡୁ, ପିଣ୍ଟୁ ଦଣ୍ଡପାଟ,   ସୁରେନ୍ଦ୍ର ଦେହୁରୀ, ସଚିନ୍ଦ୍ର ସି, ପ୍ରେମାନନ୍ଦ ସୋରେନ ବୋଲି ଜଣାପଡିଛି।

ମୟୂରଭଞ୍ଜ ଓ ବାଲେଶ୍ଵର ଜିଲ୍ଲା ସୀମା ଖୁଣ୍ଟା ସ୍ଥିତ ଗୋରୁ ହାଟରୁ ଗୋରୁଗାଈ କିଣି ଗୋମାଫିଆମାନେ ପଶ୍ଚିମବଙ୍ଗକୁ ଚାଲାଣ କରୁଛନ୍ତି। ଗରିବ ଶ୍ରେଣୀର ଲୋକଙ୍କୁ ହାତକରି ବେପାର କରୁଛନ୍ତି। ପୁଲିସ ନଜରରୁ ବର୍ତ୍ତିବା ପାଇଁ ଗାଡିରେ ନ ନେଇ ଗଳା ବାଟରେ ସୀମା ପାର୍ କରାଉଛନ୍ତି। କେତେବେଳେ ମୋରଡ଼ା ଥାନା ତ କେତେବେଳେ ଶୁଳିଆପଦା ଥାନା ତ ଆଉ କେତେବେଳେ ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ବିଭିନ୍ନ ଗଳା ରାସ୍ତାରେ ସ୍ଥାନୀୟ ଲୋକେ ଗୋରୁଙ୍କୁ ଚଲାଇ ଚଲାଇ ନେଇ ପଶ୍ଚିମବଙ୍ଗରେ ପହଞ୍ଚାଇ ଦେଉଛନ୍ତି। ଆଉ କିଛି ଲୋକ ତାଙ୍କୁ ସୁରକ୍ଷା ଦେଉଛନ୍ତି। ଏଥିପାଇଁ ସେମାନଙ୍କୁ ମଜୁରୀ ବାବଦରେ ୫୦୦ ରୁ ୭୦୦ ଟଙ୍କା ଲେଖାଏଁ ଦିଆଯାଉଛି। 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme