
ଆମେରିକା ନୌସେନାର ଏକ ହେଲିକପ୍ଟର (MH-60) ଏବଂ ଏକ ଯୁଦ୍ଧବିମାନ (F-18 Super Hornet) ଦକ୍ଷିଣ ଚୀନ ସାଗରରେ କ୍ରାସ୍ ହୋଇଛି। ଦୁର୍ଘଟଣାର ସଠିକ କାରଣ ଏହାପର୍ଯ୍ୟନ୍ତ ଜଣାପଡିନାହିଁ।
ଏହି ଏୟାରକ୍ରାଫ୍ଟ ଏକ ଆମେରିକୀୟ ଏୟାରକ୍ରାଫ୍ଟ କ୍ୟାରିଅରରେ ନିୟୋଜିତ ଥିଲା। ଯୁଏସ୍ ପ୍ୟାସିଫିକ ଫ୍ଲିଟ୍ ଏହି ଦୁର୍ଘଟଣା ବିଷୟରେ ସୂଚନା ଦେଇଛି ଏବଂ କହିଛି ଯେ, ଦୁର୍ଘଟଣାର କାରଣ ଖୋଜା ଚାଲିଛି ।।
ସୂଚନା ଅନୁସାରେ, ଆମେରିକା ନୌସେନା ବର୍ତ୍ତମାନ ଜାପାନ ଏବଂ ଅନ୍ୟ ଏଲାଇଡ୍ ଫୋର୍ସ ସହିତ ଯୁଦ୍ଧାଭ୍ୟାସରେ ନିୟୋଜିତ ଅଛି।

