Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବଳାତ୍କାର ଧମକ ଦେଇ ଲୁଟିନେଲେ ୧ କୋଟିରୁ ଊର୍ଦ୍ଧ୍ୱ ସୁନାଗହଣା

Posted on October 27, 2025

ସୁନ୍ଦରଗଡ଼ ଜିଲା ବଣାଇଁ ମୁଖ୍ୟ ସହରରେ ପ୍ରଥମ ଥର ହୋଇଛି ଡକାୟତି। ୪ ଜଣ ସଶସ୍ତ୍ର ମୁଖାଧାରୀ ଡକାୟତ ମାଡ଼ ମାରିବା ସହ ଲୁଟିନେଲେ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା। ବଣାଇଁ ଥାନାଠାରୁ ମାତ୍ର ପାଞ୍ଚ ଶହ ମିଟର ଦୁରରେ ଥିବା ରଶ୍ମି ଇଲେକ୍ଟ୍ରିକାଲ ଦୋକାନ ମାଲିକଙ୍କ ଘରେ ମା, ଝିଅ ଓ ଦୋକାନରେ କାମ କରୁଥିବା ପିଲା ଶୋଇଥିବା ବେଳେ ମଧ୍ୟରାତ୍ରିରେ ହଠାତ୍‌ ୪ ଜଣ ଦୁର୍ବୃତ୍ତ ପହଞ୍ଚି ତଳେ ଶୋଇଥିବା ତାଙ୍କର ଚାକରକୁ ଆଗେ ପ୍ରବଳ ମାଡ଼ ମାରିବା ସହ ତାଙ୍କୁ ବାନ୍ଧି ଦେଇଥିଲେ। ବନ୍ଧୁକ ଦେଖାଇ କହିଥିଲେ, ତମ ମାଲିକାଣୀଙ୍କୁ କବାଟ ଖୋଲା କରିବାକୁ କହ ନ ହେଲେ ତୋତେ ମାରିଦେବୁ, ଡକାୟତମାନଙ୍କ ପାଖରେ ବନ୍ଧୁକ, ମାଂସ କଟା ଚାପଡ଼ ଓ ଶାବଳ ହାତରେ ଥିଲା।

ସମ୍ପୃକ୍ତ କର୍ମଚାରୀ ଦୁର୍ବୃତ୍ତଙ୍କ ଭୟରେ ପେଟ ବିନ୍ଧୁଛି ଔଷଧ ଦିଅ ବୋଲି ମାଲିକାଣୀଙ୍କୁ ଫୋନ ଯୋଗେ କହିଥିଲେ। ମା’ ଝିଅ ଔଷଧ ବାହାର କରି କବାଟ ଖୋଲିଥିଲେ ହେଲେ ଛକି ରହିଥିବା ଦୁର୍ବୃତ୍ତ ତାଙ୍କୁ ଧକ୍କା ମାରି ଘର ଭିତରକୁ ପଶି ଆସିଥିଲେ। ମୁହଁ, ଗୋଡ଼ ହାତ ସବୁ ମା’ ଝିଅଙ୍କର ବାନ୍ଧିବା ସହ ଚାବି ମାଗିଥିଲେ। ଯଦି ଚାବି ନ ଦେବ ତମ ଝିଅକୁ ବଳାତ୍କାର କରି ଭିଡିଓ ଭାଇରାଲ କରିଦେବୁ ବୋଲି ମଧ୍ୟ ଧମକ ଦେଲେ। ବାଧ୍ୟ ହୋଇ ଚାବି ନେଇ ସୁନା ଅଳଙ୍କାର ଓ ମହାଜନଙ୍କୁ ଦବା ପାଇଁ ପ୍ରାୟ ୨୫ ଲକ୍ଷ ଟଙ୍କା ଇତ୍ୟାଦିକୁ ମିଶାଇ ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ୱ ଲୁଟି ନେଇଥିଲେ। ଦୁର୍ବୃତ୍ତଙ୍କ ଅପରେଶନ ତିନିଘଣ୍ଟା ଧରି ଚାଲିଥିବା ବେଳେ ଦୁର୍ବୃତ୍ତମାନେ ସିସିଟିଭି କ୍ୟାମେରା ଭାଙ୍ଗି ହାର୍ଡ ଡିସ୍କକୁ ନେଇ ପଳାଇଥିଲେ। ଭୋର ସମୟରେ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ବଣାଇଁ ଏବେ ସମ୍ପୂର୍ଣ୍ଣ ଅସୁରକ୍ଷିତ। ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ଏହାକୁ ନେଇ ସହରବାସୀ ଆତଙ୍କିତ ଅବସ୍ଥାରେ ଥିବା ବେଳେ ରାଉରକେଲା ଏସ୍‌ପି ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବି କରିଛନ୍ତ। ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ର ସହାୟତାରେ ତଦନ୍ତ କରୁଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme