Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ରାତିକ ସୁଦ୍ଧା ଆଳୁ ଓ ପିଆଜ ଦର ୫ଟଙ୍କା ବୃଦ୍ଧି

Posted on October 27, 2025

ରାଜଧାନୀରେ  ପୁଣି ଆଳୁର ଅଭାବ ପଡ଼ିବାର ଆଶଙ୍କା  ଦେଖାଦେଇଛି । ଶନିବାର ସକାଳୁ ନେଇ ଏପର୍ଯ୍ୟନ୍ତ  କୋଲକାତାରୁ ଭୁବନେଶ୍ୱରକୁ କୌଣସି ଆଳୁ ଗାଡ଼ି  ଆସିନାହିଁ । ଫଳରେ ବଜାରକୁ ଆଳୁ କେମିତି  ଯୋଗାଣ କରାଯିବ ତାକୁ ନେଇ ଚିନ୍ତା ଘାରିଛି । ଗୋଟିଏ ପଟେ ବାତ୍ୟା ଭୟ ଘାରୁଥିବା ବେଳେ  ଅନ୍ୟପଟେ ଆଳୁର ଅଭାବ ଗ୍ରାହକଙ୍କୁ ବୋଝ ହେବ । କେବଳ ସେତିକି ନୁହେଁ, ରବିବାର କିଛି  ହାଟରେ ଆଳୁ କିଲୋ ପ୍ରତି ୨୫ ଟଙ୍କା ଓ ପିଆଜ ୩୦  ଟଙ୍କାରେ ବିକ୍ରି ହୋଇଛି । ଦିନକପୂର୍ବରୁ ଯେଉଁ ଆଳୁ ୨୦ ଓ ପିଆଜ ୨୫ଟଙ୍କାରେ ମିଳୁଥିଲା ତାହା ହଠାତ୍‌  ୫ଟଙ୍କା ଲେଖାଏଁ ବଢ଼ିଯିବା ତାଜୁବ କରିଛି । ବାତ୍ୟା  ଆଳରେ କଳାବଜାରୀ ହେଉଥିବା ଗ୍ରାହକମାନେ  ଅଭିଯୋଗ କରିଛନ୍ତି । ତଥାପି ରବିବାର ରାଜସ୍ୱମନ୍ତ୍ରୀ  ବାତ୍ୟା ବେଳେ କଳାବଜାରୀ ନକରିବାକୁ ନିର୍ଦ୍ଦେଶ  ଦେଇଛନ୍ତି । ହେଲେ କେତେ ଦୂର ଏହା କାର୍ଯ୍ୟକାରୀ  ହେବ ତାକୁ ଦେଖିବାକୁ ବାକି ରହିଲା ।

ଗତ କିଛିମାସ ହେଲା ଭୁବନେଶ୍ୱରରେ ଆଳୁ  ଦର ଠିକ୍‌ଠାକ୍‌ ଥିଲା । ପାଇକାରୀ ତଥା ହାଟରେ  ଆଳୁ କିଲୋପ୍ରତି ୨୦ଟଙ୍କାରେ ବିକ୍ରି ହେଉଥିଲା ।  କାର୍ତ୍ତିକମାସରେ ଅନ୍ୟ ପରିବା ଦର ବଢ଼ିଥିଲେ  ହେଁ ଆଳୁ ଦର ସନ୍ତୋଷଜନକ ରହିଥିଲା ।  ହେଲେ ବାତ୍ୟା ନଆସୁଣୁ ଆଳୁକୁ ନେଇ ପୁଣି  ଗୋଳମାଳ ଦେଖାଦେଇଛି । ଏବେ କୋଲାକାତାରୁ  ପ୍ରତିଦିନ ୨୦୦ରୁ ୩୦୦ଟନ୍‌ ଆଳୁ ଭୁବନେଶ୍ୱରକୁ  ଆସୁଥିଲା । ଦୈନିକ ଭୁବନେଶ୍ୱରରେ ୨୫୦ଟନ୍‌  ଆଳୁ ଆବଶ୍ୟକ ହେଉଥିବା ବେଳେ ପର୍ଯ୍ୟାପ୍ତ ଆଳୁ  ବଜାରକୁ ଯାଉଥିଲା। କେବଳ ଭୁବନେଶ୍ୱର ହାଟ  ନୁହେଁ ଉପକଣ୍ଠ ବାଲିଅନ୍ତା, ବାଲିପାଟଣା, ଚନ୍ଦକା,  ଜଟଣୀ, ଖୋର୍ଦ୍ଧା, ପୁରୀ ଅଞ୍ଚଳକୁ ବି ଏଠାରୁ ଆଳୁ  ଯାଏ । ହେଲେ କାଲିଠୁ କୋଲକାତାରୁ ଆଳୁଗାଡ଼ି  ନଆସିବା ବ୍ୟବସାୟୀ ତଥା ଗୋଦାମମାଲିକଙ୍କ  ଚିନ୍ତା ବଢ଼ାଇଦେଇଛି । ଯଦି ଆଗାମୀଦିନରେ ଗାଡ଼ି  ନଆସେ ତେବେ ଆଳୁ ଦର ଆହୁରି ବଢ଼ିଯିବାର  ଆଶଙ୍କା ଦେଖାଦେଇଛି । ଏଥିସହ ଉପକଣ୍ଠ  ଅଞ୍ଚଳକୁ ବି ଆଳୁ ଯୋଗାଣରେ ବାଧା ସୃଷ୍ଟି ହେବ ।

ଏସଂକ୍ରାନ୍ତରେ ବରିଷ୍ଠ  ବ୍ୟବସାୟୀଙ୍କ କହିବା କଥା,  ଗ୍ରାହକମାନେ ଆଦୌ ଚିନ୍ତିତ ହୁଅନ୍ତୁନି । ଆମେ  ଆଳୁ ଯୋଗାଣ ସ୍ଥିତି ନେଇ ସମ୍ପୂର୍ଣ୍ଣ ସଚେତନ  ଅଛୁ । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ଆମ ପାଖରେ  ୫୦୦ରୁ ୭୦୦ଟନ୍‌ ଆଳୁ ଗଚ୍ଛିତ ରହିଛି । ତେଣୁ  ଏବେ ରାଜଧାନୀରେ ଆଳୁର ସଙ୍କଟ ଦେଖାଯିବନି  ବୋଲି ସେ ଆଶ୍ୱାସନା ଦେଇଛନ୍ତି । ତେବେ ଦର  ବୃଦ୍ଧି ନେଇ ସେ କୌଣସି ସୂଚନା ପାଇନଥିବା  କହିଛନ୍ତି ।  ରାଜ୍ୟ ବ୍ୟବସାୟୀ ମହାଂସଘ ସାଧାରଣ  ସମ୍ପାଦକ କହିଛନ୍ତି, ବର୍ତ୍ତମାନ  ଓଡ଼ିଶାରେ ଆଳୁ ସଙ୍କଟ ନାହିଁ । ଆମର ଯେତିକି  ଆଳୁ ଆସିବା କଥା ଆସୁଛି । ପ୍ରତିମାସକୁ ଲକ୍ଷେ  ୨୦ହଜାର ଟନ୍‌ ଆଳୁ ଦରକାର । ପାଇକାରୀ ଆଳୁର  କୁଇଣ୍ଟାଲ ଦର ୧୫ରୁ ୧୬ଶହ ଟଙ୍କା ରହିଛି । 

ସେହି ହିସାବରେ ୨୦ଟଙ୍କାରେ ଆଳୁ ବିକ୍ରି ହେଉଛି ।  ଏବେ ୯୦ପ୍ରତିଶତ ଆଳୁ କୋଲକାତାରୁ ଆସୁଛି ।  ବାତ୍ୟା ବେଳେ ଆଳୁ ସଙ୍କଟ ଦେଖାଯିବନି ।   ମୁଖ୍ୟ ଶାସନ ସଚିବଙ୍କ ଏକ ଚିଠି ଆସିଥିଲା ।  ଯେଉଁଥିରେ ଆଳୁ, ଚୁଡ଼ା, ଚାଉଳ, ଅଟା ଆଦି  ପର୍ଯ୍ୟାପ୍ତ ସଂଖ୍ୟାରେ ମହଜୁଦ ରଖିବା ସହ  ବ୍ୟବସ୍ଥିତ ଭାବେ ଯୋଗାଣ କରିବା ପାଇଁ  ବ୍ୟବସାୟୀଙ୍କୁ କୁହାଯାଇଛି । ସେହି ହିସାବରେ  ଆମେ ଯୋଗାଣ କରିବୁ । ଅପରପକ୍ଷେ, ବାତ୍ୟା ଆଳରେ କଳାବଜାରୀ  କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି  ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ରୋକଠୋକ୍‌  ଶୁଣାଇଛନ୍ତି । ଯଦି କେହି ଚଢ଼ାଦରରେ ଖାଦ୍ୟ  ବିକ୍ରି କରୁଥିବାର ଅଭିଯୋଗ ଆସେ ତେବେ  ସଂପୃକ୍ତ ବ୍ୟବସାୟୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ  ଦଣ୍ଡବିଧାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme