Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପ୍ରାଇଭେଟ୍ କମ୍ପାନୀ ବିରୋଧରେ ଏକତ୍ର ହେଲେ ତିନି ଗ୍ରାମବାସୀ!

Posted on October 27, 2025

ଘୋରେଇ କମ୍ପାନୀକୁ ଗାଁରେ ପସାଇ ନେଦେବାକୁ ଶପଥ କଲେ ତିନିଖଣ୍ଡ ଗାଁର ଲୋକେ । ଜୀବନ ଚାଲିଯିବ ପଛେ ଘରୋଇ କମ୍ପାନୀକୁ ନିଜ ଜମି ନଦେବାକୁ ନେଲେ ନିଷ୍ପତ୍ତି । ସୂଚନା ଅନୁସାରେ ତାଳଚେର ଧରମପୁର ଏବଂ କଙ୍କିଳି ଗ୍ରାମ ପଞ୍ଚାୟତର ଜାଗାରୁ କୋଇଲା ଖନନ ଓ ଉତ୍ତୋଳନ ପାଇଁ ରୁଙ୍ଗଟା ସନସ ପ୍ରାଇଭେଟ୍ କମ୍ପାନୀ ଟେଣ୍ଡର ପାଇଥିବା ବେଳେ ପ୍ରାଇଭେଟ୍ କମ୍ପାନୀକୁ ଜମି ନ ଦେବାକୁ ତିନି ଖଣ୍ଡ ପଞ୍ଚାୟତର ଲୋକମାନେ ଏକ ବୈଠକ ମାଧ୍ୟମରେ ଶପଥ କରି ନିଷ୍ପତ୍ତି ନେଇଛନ୍ତି । ରୁଙ୍ଗଟା କମ୍ପାନୀ ଏହି ଦୁଇଟି ଗ୍ରାମରେ ବୋର୍ୱେଲ୍ ସର୍ଭେ ଓ ଡ୍ରିଲିଂ ନିମନ୍ତେ କାର୍ତ୍ତିକେୟ ଡ୍ରିଲିଂ କମ୍ପାନୀ କୁ ଦାୟିତ୍ଵ ଦେଇଥିବା ବେଳେ ଡ୍ରିଲିଂ କମ୍ପାନୀ ଧରମପୁର ଗ୍ରାମର କିଛି ଲୋକଙ୍କୁ ଧରି ବୋରିଂ କାମ କରିବାକୁ ଚେଷ୍ଟା କରୁଛି ଯାହାକୁ ଦୃଢ଼ ବିରୋଧ କରିଛନ୍ତି ଗ୍ରାମବାସୀ । ଯାହାକୁ ନେଇ ଗ୍ରାମବାସୀ ସେହି ଡ୍ରିଲିଂ କାର୍ଯ୍ୟକୁ କରାଇ ନ ଦେବା ସହ ପ୍ରାଇଭେଟ୍ କମ୍ପାନୀକୁ ଆମେ ଜମି ଅଧିଗ୍ରହଣ କରିବାକୁ ଦେବୁ ନାହିଁ ବୋଲି ସୂଚନା ଦେଇଛନ୍ତି ।

ଏହି ଘରୋଇ କମ୍ପାନୀକୁ ଜମି ନଦେବାକୁ ପୂର୍ବରୁ ଅନେକ ବୈଠକ ହୋଇଥିବା ବେଳେ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଧ୍ଯ ପ୍ରାଭେଇଟ କମ୍ପାନୀ ର କୌଣସି କାର୍ଯ୍ୟ ହେବନାହିଁ ବୋଲି ଏକ ସାଧାରଣ ଆଲୋଚନା ହୋଇଥଲା। ଉପଜିଲ୍ଲାପାଳ ନିଜେ ଦୁଇଟି ପଂଚାୟତର ଲୋକମାନଙ୍କ ଉପସ୍ଥିତିରେ ଡ୍ରିଲିଂ କମ୍ପାନୀ ସହ କଥା ହେବା ପରେ ଯଦି ସମସ୍ତେ ରାଜି ତେବେ ଡ୍ରିଲିଂ ହେବ ନଚେତ୍ ହେବ ନାହିଁ ବୋଲି ନିଷ୍ପତ୍ତି ହୋଇଥିବା ବେଳ ଗ୍ରାମର କିଛି ବ୍ୟକ୍ତି କମ୍ପାନୀ ସହ ହାତ ମିଶାଇ ବର୍ତମାନ ଧରମପୁର ଅଞ୍ଚଳରେ ଡ୍ରିଲିଂ କାର୍ଯ୍ୟ କରିବାକୁ କାର୍ତ୍ତିକେୟନ୍ କମ୍ପାନୀ ଅନେକ ପ୍ରୟାସ ଜାରି ରଖିଥିବା ବେଳେ ଗ୍ରାମବାସୀ ଏହାକୁ ଦୃଢ଼ ବିରୋଧ କରିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme