Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

୯ ସକାଳେ ଓଡ଼ିଶା ପଶିବ ବାତ୍ୟା ମୋନ୍‌ଥା

Posted on October 27, 2025

ଆନ୍ଧ୍ରପ୍ରଦେଶର  କାକିନାଡ଼ା ଓ ୟାନାମ୍‌ ଦେଇ ସ୍ଥଳଭାଗରେ ପ୍ରବେଶ କରିବା ପରେ ସିଧା ମାଲକାନଗିରି ମୁହାଁ  ହେବ ବାତ୍ୟା ମୋନ୍‌ଥା । ୨୯ ତାରିଖ ଭୋର୍‌ରେ  ବାଲିମେଳା ଜଳଭଣ୍ଡାର ଦେଇ ପ୍ରବେଶ କରିବ । ସେତେବେଳକୁ ପବନର ବେଗ ସାମାନ୍ୟ  କମିଥିବ ସତ, କିନ୍ତୁ ୬୦ରୁ ୭୦ କିଲୋମିଟର  ବେଗରେ ମାଡ଼ ହେଉଥିବ । ତା ସାଙ୍ଗକୁ  ପ୍ରବଳରୁ ଅତି ପ୍ରବଳ ବର୍ଷା । ମାଲକାନଗିରିରୁ  କୋରାପୁଟ ଜିଲ୍ଲାର ଜୟପୁର, ବୋରିଗୁମା ଦେଇ  ନବରଙ୍ଗପୁରରେ ପଶିବ । ଉମରକୋଟ ଅତିକ୍ରମ କରି ଛତିଶଗଡ଼କୁ ଯିବ ବାତ୍ୟା । ଏଭଳି ଗତିପଥ ପୂର୍ବାନୁମାନ ଦେଇଛି  ପାଣିପାଗ ବିଭାଗ । ୨୯ ତାରିଖ ଦିନତମାମ୍‌  ଓଡ଼ିଶା ଉପରେ ରହିବ ମୋନ୍‌ଥା । ପ୍ରଭାବରେ  ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ,  ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା ଓ କନ୍ଧମାଳରେ  ପବନ ସହ ଭାରୀ ବର୍ଷା ହୋଇପାରେ ।

ପାଣିପାଗ ବିଭାଗର ସୂଚନା ମୁତାବକ  ସୋମବାର ସକାଳେ ବାତ୍ୟା ରୂପ ନେଲା ଗଭୀର ଅବପାତ । ଉତ୍ତର-ପଶ୍ଚିମ ଦିଗରେ ଗତି କରି  ଅଧିକ ଘନୀଭୂତ ହେବ । ଏହା ଗୋପାଳପୁର ଠାରୁ ୮୬୦ କିମି ଏବଂ କାକିନାଡ଼ା ଠାରୁ ୭୧୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି । ୨୮ ତାରିଖ ସକାଳେ  ଭୀଷଣ ବାତ୍ୟାରେ ରୂପାନ୍ତରିତ ହେବ । ସଂଧ୍ୟା  ୬ଟାରୁ ୯ଟା ମଧ୍ୟରେ ସ୍ଥଳଭାଗରେ ପ୍ରବେଶ  କରିବ ଆନ୍ଧ୍ର ଉପକୂଳ ଦେଇ ।

ଓଡ଼ିଶା ଉପରେ ଏହାର ବିଶେଷ  ପ୍ରଭାବ ରହିବନି । ତଥାପି ୨୯ ତାରିଖ  ଯାଏ ଦକ୍ଷିଣ ଓଡ଼ିଶା ଓ ଦକ୍ଷିଣ ଉପକୂଳ  ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ସୋମବାରଠାରୁ ବର୍ଷା ଆରମ୍ଭ ହୋଇଯିବ ।  ବାତ୍ୟା ମୁକାବିଲା ପାଇଁ ସରକାର  ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚଳାଇଛନ୍ତି ।  ୯ଟି ଜିଲ୍ଲାରେ ସରକାରୀ ଛୁଟି ବାତିଲ  ହୋଇଛି । କ୍ଷତିଗ୍ରସ୍ତ ହେବାକୁ ଥିବା ଅଞ୍ଚଳରୁ  ଲୋକଙ୍କୁ ଉଦ୍ଧାର ପାଇଁ ୧୨୮ଟି ଟିମ୍‌ ଗଢ଼ିଛି  ସ୍ୱତନ୍ତ୍ର ରିଲିଫ କମିଶନର ।

ସୋମବାର ଗଜପତି, ଗଞ୍ଜାମ, ରାୟଗଡ଼ା, ମାଲକାନଗିରି ଓ କୋରାପୁଟ, ନବରଙ୍ଗପୁର,  କଳାହାଣ୍ଡି, କନ୍ଧମାଳରେ ପ୍ରବଳରୁ ଅତିପ୍ରବଳ  ବର୍ଷା ହୋଇପାରେ । ପୁରୀ, ଗଞ୍ଜାମ ଓ  ଗଜପତିରେ କିଛି ସ୍ଥାନରେ ୩୦ରୁ ୪୦ କିମି  ବେଗରେ ପବନ ବହିପାରେ । ୫୦ କିମି  ବେଗରେ ଝଟ୍‌କା ପବନ ମଧ୍ୟ ବହିବ ବୋଲି  ପାଣିପାଗ ବିଭାଗ କହିଛି । ବାତ୍ୟା ପାଇଁ ୯ଟି ଜିଲ୍ଲାରେ ସରକାରୀ ଛୁଟି  ବାତିଲ କରାଯାଇଛି । କୋରାପୁଟ, ମାଲକାନଗିରି,  ଗଜପତି, ଗଞ୍ଜାମ, କଳାହାଣ୍ଡି, ବାଲେଶ୍ୱର,  କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ସେଠାକାର  ଜିଲ୍ଲାପାଳ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ  କରିଛନ୍ତି ।

ବରିଷ୍ଠ କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ  କହିଛନ୍ତି, ୨୮ ତାରିଖ ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶର କାକିନାଡା ପାଖରେ ବାତ୍ୟା  ଉପକୂଳ ଛୁଇଁବ । ସନ୍ଧ୍ୟା ୬ଟାରୁ ୧୦ଟା ଭିତରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ସରିବ । ଲ୍ୟାଣ୍ଡଫଲ ପରେ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଛତିଶଗଡ଼ରେ ପହଞ୍ଚି ଜଗଦଲପୁର ଓ  ରାୟପୁରର ପଶ୍ଚିମରେ ଗତି କରିପାରେ । ଏଭଳି ହେଲେ ଅବିଭକ୍ତ କୋରାପୁଟ  ଓ ନୂଆପଡ଼ାରେ ୪୦ରୁ ୫୦କିମି ବେଗରେ ପବନ ବହିପାରେ । କିନ୍ତୁ ଯଦି ମାଲକାନଗିରି ଦେଇ ଗତି କରିବ ଅବିଭକ୍ତ କୋରାପୁଟ, ଗଞ୍ଜାମ, ଗଜପତି,  ନୂଆପଡ଼ା ସହିତ କଳାହାଣ୍ଡିରେ ୫୦ରୁ ୬୦ କିମି ବେଗରେ ପବନ ବହିବ ।

ପ୍ରଫେସର ପଶୁପାଳକଙ୍କ ଆକଳନ ଅନୁସାରେ, ବାତ୍ୟା ପ୍ରଭାବରେ ଦକ୍ଷିଣ  ଉପକୂଳରେ ଭାରୀ ବର୍ଷା ହେବ । ସୋମବାର ଅପରାହ୍ନରୁ ଗଞ୍ଜାମ, ଗଜପତି,  ରାୟଗଡ଼ା, ଖୋର୍ଦ୍ଧା ଓ ପୁରୀରେ ବର୍ଷା ହେବ । ହାରାହାରି ବର୍ଷା ପରିମାଣ ୨୫ରୁ  ୪୦ମିମି ରହିବ । ୨୮ ଓ ୨୯ ତାରିଖରେ ପୂରା ଉପକୂଳ ଓଡ଼ିଶାରେ ବର୍ଷା ହେବ ।  ଗଜପତି, ଗଞ୍ଜାମ ଓ ଖୋର୍ଦ୍ଧାରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ନୟାଗଡ଼,  ଢେଙ୍କାନାଳ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜରେ ମଧ୍ୟମ ପରିମାଣର ବର୍ଷା  ସମ୍ଭାବନା ଅଛି । ୨୭ରୁ ୩୦ ତାରିଖ ଭିତରେ ଗୋପାଳପୁର, ବ୍ରହ୍ମପୁର, ହିଞ୍ଜିଳି,  ରମ୍ଭା ଓ ବାଲୁଗାଁରେ ୧୫୦ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି ସେ ସତର୍କ  କରାଇଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme