
କଟକ ସିଡିଏ ସେକ୍ଟର ୭ ଅଞ୍ଚଳରେ ଗଛ ଡାଳ ବାଜି ଭାଙ୍ଗିଲା ଆମ ବସ୍ର ଛାତ । ସିଡିଏ ସେକ୍ଟର ୭ ଇଲେକ୍ଟ୍ରି ଅଫିସ୍ ସମ୍ମୁଖରେ ଗଛ ଡାଳ ବାଜି ବସ୍ର ଛାତ ଭାଙ୍ଗି ଯାଇଛି । ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ବହୁ ବସ୍ ଗମନା ଗମନ କରନ୍ତି ହେଲେ ରାସ୍ତା ଉପରେ ନଇଁ ପଡ଼ିଥିବା ଗଛ ଡାଳକୁ କଟା ଯାଉନଥିବା କାରଣରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି। ସୌଭାଗ୍ୟବଶତଃ ବସ୍ରେ ଥିବା ଯାତ୍ରୀମାନଙ୍କର କୌଣସି କ୍ଷୟକ୍ଷତି ହୋଇନାହିଁ।

