
ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜର ବାଲାଟୁନ୍ ନିକଟରେ ହାତୀ ଉପଦ୍ରବ। ଘରେ ଶୋଇଥିବା ବେଳେ ଯୁବକଙ୍କୁ ଟାଣି ନେଇ ଜମିରେ ଦଳିଦେଲା ଦନ୍ତା। ମୃତ ଯୁବକ ଜଣଙ୍କ ହେଲେ ସେହି ଗ୍ରାମର ଦୟାନିଧି ନାୟକଙ୍କ ପୁଅ ବିକ୍ରମ ନାୟକ।
ସୂଚନାନୁଯାୟୀ, ବିକ୍ରମ ଘର ଭିତରେ ଶୋଇଥିବା ବେଳେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ଆକ୍ରମଣ କରିବା ସହ ତାଙ୍କୁ ଘରୁ ଟାଣି ନେଇଥିଲା। ପରେ ତାକୁ ଦଳି ଦେବା ସହ ଶୁଣ୍ଢରେ କଚାଡି ନିକଟସ୍ଥ ଏକ ଜମିକୁ ଫିଙ୍ଗି ଦେଇଥିଲା। ବିକ୍ରମଙ୍କ ମୃତଦେହ ଏକ ବିଲରେ ପଡିଥିବା ବେଳେ ସକାଳେ ଖବର ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ବନାଞ୍ଚଳରେ କିଛିଦିନ ହେଲା ହାତୀ ଆତଙ୍କ ଲାଗିରହିଛି। ହାତୀମାନେ ଗାଁରେ ପଶି ଫସଲ ନଷ୍ଟ କରିବା ସହିତ ଘରଦ୍ବାର ଭାଙ୍ଗୁଛନ୍ତି ।

