Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପାକିସ୍ତାନକୁ ଜଳପ୍ରବାହ ହ୍ରାସ କରିବ ଆଫଗାନିସ୍ତାନ

Posted on October 25, 2025

ଜମ୍ମୁ-କଶ୍ମୀରର ପହଲଗାମ୍‌ରେ ଗତ ଏପ୍ରିଲ୍‌ ୨୨ରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସିନ୍ଧୁନଦୀ ଜଳ ଚୁକ୍ତିକୁ ସ୍ଥଗିତ ରଖି ପାକିସ୍ତାନକୁ ଜଳପ୍ରବାହ ହ୍ରାସ କରିଥିଲା। ଏବେ ତାଲିବାନ୍‌ ଶାସିତ ଆଫଗାନିସ୍ତାନ ଅନୁରୂପ ପଦକ୍ଷେପ ନେବାକୁ ଯାଉଛି। ତାଲିବାନ୍‌ ସରକାର ଯଥାଶୀଘ୍ର ସମ୍ଭବ କୁନାର ନଦୀରେ ଡ୍ୟାମ୍‌ ନିର୍ମାଣ କରି ପାକିସ୍ତାନକୁ ଜଳପ୍ରବାହ ସୀମିତ କରିବାକୁ ଯୋଜନା କରିଛି। ଆଫଗାନିସ୍ତାନର ସୁପ୍ରିମ ଲିଡର ମାଲାଓ୍ବି ହିବାତୁଲ୍ଲା ଅଖୁନ୍ଦଜାଦା ଏଭଳି ନିର୍ଦ୍ଦେଶ ଦେଇଥିବା ଜଳ ମନ୍ତ୍ରୀ ମୁଲ୍ଲା ଅବଦୁଲ ଲତିଫ୍‌ ମନ୍‌ସୁର କହିଛନ୍ତି। ସେ Xରେ ଲେଖିଛନ୍ତି, ନିଜ ଦେଶରେ ପ୍ରବାହିତ ନଦୀଜଳକୁ ପରିଚାଳନା କରିବା ଅଧିକାର ଆଫଗାନ୍‌ର ରହିଛି। ନଦୀବନ୍ଧ ନିର୍ମାଣ କୌଣସି ବିଦେଶୀ ସଂସ୍ଥା ନୁହେଁ ଘରୋଇ କମ୍ପାନୀ କରିବ ବୋଲି ସେ ସୂଚନା ଦେଇଛନ୍ତି। ଚଳିତ ମାସରେ ୨ ଦେଶ ମଧ୍ୟରେ ସଂଘର୍ଷ ଘଟି ଉଭୟ ପକ୍ଷର ଶତାଧିକ ନିହତ ହୋଇଥିଲେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

October 2026
M T W T F S S
 1234
567891011
12131415161718
19202122232425
262728293031  
« Sep    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme