Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ପାନ ଦୋକାନୀଙ୍କୁ ଖଣ୍ଡାରେ ହାଣି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ 

Posted on October 25, 2025

ଜଗତସିଂହପୁର ଉପକଣ୍ଠ ଯୋଗଧାରୀରେ ଆଲୋଡ଼ନ। ଜଗତସିଂହପୁର ଉପକଣ୍ଠ ନୂଆ ବସଷ୍ଟାଣ୍ଡ ନିକଟ ଯୋଗଧାରୀ ଛକରେ ଜଣେ ପାନ ଦୋକାନୀଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଛନ୍ତି ପୋକପୁର ଅଞ୍ଚଳର ଜ୍ଞାନ ରଞ୍ଜନ ପୋଥାଳ। ମାରଣାସ୍ତ୍ରରେ ହାଣି ବୀଭତ୍ସ ହତ୍ୟା କରାଯାଇଥିବା ବେଳେ ଘଟଣାସ୍ଥଳରୁ ଦକ୍ଷିଣୀ କଟୁରି ଜବତ କରାଯାଇଛି। ଘଟଣାକୁ ନେଇ ଗତକାଲି ରାତିରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ପହଞ୍ଚି ବୁଝାସୁଝା କରିଥିଲା। ମୃତକଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଛି। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି |

ମିଳିଥିବା ସୂଚନା ଅନୁସାରେ, ଜ୍ଞାନ ରଞ୍ଜନ ସବୁଦିନ ଦୋକାନ ବନ୍ଦ କରି ଘରକୁ ଫେରନ୍ତି। ଗତକାଲି ଫେରିବାରେ ବିଳମ୍ବ ହେବାରୁ ପତ୍ନୀ ପଡ଼ୋଶୀଙ୍କୁ ସାଙ୍ଗରେ ନେଇ ଦେଖିବାକୁ ଆସିଥିଲେ। ଦୋକାନ ଆଗରେ ଜ୍ଞାନ ରଞ୍ଜନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ। ଏହି ଖବର ଜଣାପଡ଼ିବା ପରେ ସାହି ପଡ଼ିଶା, ସମ୍ପର୍କୀୟ ଓ ସ୍ଥାନୀୟ ଲୋକ ସେଠାରେ ପହଞ୍ଚିଥିଲେ। ପୁଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ ହତ୍ୟାକାରୀର ପତ୍ତା ମିଳିନି। ହତ୍ୟାକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme