
ନୂଆପଡା ଉପନିର୍ବାଚନକୁ ନେଇ ରାଜନୈତିକ ପରିସ୍ଥିତି ତୀବ୍ର ହୋଇଯାଇଛି । ଗାଁଗାଁରେ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ଦେଖାଦେଇଛି । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଆଦିବାସୀ ସମାଜମାନଙ୍କ ସମର୍ଥନ ମିଳିବା ପରେ ଦଳର ବିଜୟ ଆଶା ଅଧିକ ଜୋରଦାର ହୋଇଛି । ଗୋଣ୍ଡ, ଶବର, ଭୁଞ୍ଜିଆ ଓ ବରିହା ସମାଜ ପକ୍ଷରୁ ବିଜେଡିକୁ ସମର୍ଥନ ଘୋଷଣା ହେବାରୁ ବିରୋଧୀ ଶିବିର ଚିନ୍ତାଗ୍ରସ୍ତ ।
ସେପଟେ, କଂଗ୍ରେସ ଉପନିର୍ବାଚନ ପାଇଁ ପ୍ରକାଶିତ ଭୋଟର ତାଲିକାରେ ୫,୦୦୦ ଅଧିକ ନାମ ବଢ଼ି ଯାଇଥିବା ଅଭିଯୋଗ ଉଠାଇଛି । ବିଜେଡି ମହିଳା ଓ ଚାଷୀ ମୁଦ୍ଦାକୁ ନେଇ ବିଜେପିକୁ ଟାର୍ଗେଟ କରୁଛି । “୩୦୦ ୟୁନିଟ ମାଗଣା ବିଜୁଳି, ୩ ହଜାର ଟଙ୍କା ଭତ୍ତା ଓ ସୁଭଦ୍ରା ଯୋଜନା କେଉଁଠି?” ଏହି ପ୍ରଶ୍ନ ଉଠାଇଛନ୍ତି ଜନସାଧାରଣ ।
ବିଜେପି ଶାସନରେ ଥିଲେ ମଧ୍ୟ ନିଜ ପ୍ରାର୍ଥୀ ନ ମିଳିବା ଓ ବିଜେଡି ପ୍ରାର୍ଥୀକୁ ଆଣି ଦଳରେ ନେଇଥିବାରୁ ଅନ୍ତର୍କଳହ ଦେଖାଦେଇଛି ।
ଆସନ୍ତା ନଭେମ୍ବର ୧୧ରେ ନୂଆପଡାରେ ଭୋଟ ହେବ ଓ ନଭେମ୍ବର ୧୪ରେ ଫଳାଫଳ ସ୍ପଷ୍ଟ ହେବ — କାହାର ହେବ ବାଜି, ଏହି ନେଇ ଏବେ ସସପେନ୍ସ ଜାରି ରହିଛି
