
ବୌଦ୍ଧ ଜିଲ୍ଲା ଆଡେଣିଗଡ଼ ପଞ୍ଚାୟତର କାଚପାଜୁ ଗ୍ରାମରେ ଦୁଃଖଦ ଘଟଣା ଘଟିଛି । ରାସ୍ତା ନଥିବାରୁ ଜଣେ ମହିଳାଙ୍କ ଶବକୁ ପରିବାର ଲୋକେ ବାଇକରେ ବୋହି ୬ କିମି ଦୂରରୁ ଗାଁକୁ ନେଇଛନ୍ତି ।
ସୂଚନା ଅନୁଯାୟୀ, ଦୁତିଆ ବେହେରାଙ୍କ ପତ୍ନୀ ସୁନାମତି ବେହେରା ଅଡେଣିଗଡ଼ ଚିକିତ୍ସାଳୟରେ ମୃତ୍ୟୁବରଣ କରିଥିଲେ । ମହାପ୍ରୟାଣ ଗାଡ଼ି ରାସ୍ତା ଖରାପ ଥିବାରୁ ଗାଁ ପହଞ୍ଚିପାରିନଥିଲା । ଫଳରେ ପରିବାରଲୋକ ବାଇକରେ ମୃତଦେହକୁ ନେଇ ଗାଁକୁ ଆଣିଥିଲେ ।
ଏହି ଘଟଣା ସାରା ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି । ଗ୍ରାମବାସୀ ରାସ୍ତା ନିର୍ମାଣ କାମ ଶୀଘ୍ର ସମାପ୍ତ କରିବାକୁ ପ୍ରଶାସନ ଓ ସରକାରଙ୍କୁ ଦାବି କରିଛନ୍ତି ।
