Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

‘ଜଗନ୍ନାଥ ଧାମ’ ନାମରେ ସୋସିଆଲ୍ ମିଡିଆ ଆଇଡି

Posted on October 24, 2025

ଦୀଘା ଜଗନ୍ନାଥ ଧାମ ନୁହେଁ । ପଶ୍ଚିମବଙ୍ଗର ଦୀଘାରେ କେବଳ ଜଗନ୍ନାଥ ମନ୍ଦିର । ବିଶ୍ବରେ କେବଳ ଗୋଟିଏ ଜଗନ୍ନାଥ ଧାମ, ସେ ହେଉଛି ଶ୍ରୀକ୍ଷେତ୍ର ପୁରୀ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାସସ୍ଥଳୀ । ମାତ୍ର ଏ କଥା ଦିଦିଙ୍କୁ ବୁଝାଇବ କିଏ । ଦୀଘା ମନ୍ଦିରକୁ ବାରମ୍ବାର ଜଗନ୍ନାଥ ଧାମର ପରିଚୟ ଦେବାକୁ ରଚୁଛନ୍ତି ଷଡ଼ଯନ୍ତ୍ର । ଦୀଘାକୁ ଜଗନ୍ନାଥ ଧାମ ବୋଲି କହିବା ବିବାଦ ସାମାନ୍ୟ ଥମିଥିବା ବେଳେ ପୁଣି ଏକ ନୂଆ ବିବାଦ ମୁଣ୍ଡ ଟେକିଛି । ଦୀଘା ଜଗନ୍ନାଥ ଧାମ ନାଁରେ ଏକ ସୋସିଆଲ୍ ମିଡିଆ ଆଇଡି ଖୋଲାଯାଇଛି । ଏଥିରେ ଲେଖା ରହିଛି ‘ଅଫିସିଆଲ୍ ଆକାଉଣ୍ଟ ଅଫ୍ ଜଗନ୍ନାଥ ଟେମ୍ପଲ୍’ ଦୀଘା । ଏହା ସହିତ ଦୀଘା ମନ୍ଦିର ଶିଳାନ୍ୟାସ ବର୍ଷ ୨୦୨୨ ଲେଖା ରହିଛି ।​

ଯାତ୍ରୀଙ୍କ ସୁବିଧା ପାଇଁ ଏକ ପୋଷ୍ଟର ତିଆରି କରାଯାଇଛି । ସେଥିରେ ଦୀଘା ଜଗନ୍ନାଥ ଧାମ ଲେଖା ରହିଛି । ମନ୍ଦିରରେ ଠକୁରଙ୍କ ଦର୍ଶନର ସମୟ ସାରଣୀ ରହିଛି । ଦୀଘା ଜଗନ୍ନାଥ ଧାମ ନାମରେ ମଧ୍ୟ ଏକ ଓ୍ବେବ୍ ସାଇଟ୍ ଖୋଲାଯାଇଛି । ଦୀଘା ଜଗନ୍ନାଥ ଧାମ ନୁହେଁ, ବିରୋଧ ସତ୍ତ୍ବେ ବି ମାନୁ ନାହାନ୍ତି ପଶ୍ଚିମବଙ୍ଗ ସରକାର । ବାରମ୍ବାର ବିବାଦୀୟ କାର୍ଯ୍ୟ କରୁଛନ୍ତି । ପୂର୍ବ ଦୀଘା ଜଗନ୍ନାଥ ଧାମ ବୋର୍ଡ ଲଗାଇକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସମାଲୋଚନାର ଶିକାର ହୋଇଥିଲେ । ଓଡ଼ିଶା ସରକାରଙ୍କ ଠାରୁ ଆରମ୍ଭ କରି ଗଜପତି ମହାରାଜଙ୍କ ପର୍ଯ୍ୟନ୍ତ ସମସ୍ତେ ତାଗିତ୍ କରିଥିଲେ । ଜଗନ୍ନାଥ ଧାମ କହିଲେ କେବଳ ପୁରୀ ବୋଲି କହିଥିଲେ  । 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme