Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କାର୍ ଏବଂ ମିନିବସ୍ ମୁହାଁମୁହିଁ ଧକ୍କା

Posted on September 23, 2025

ଉତ୍ତର ପ୍ରଦେଶର ଆଲିଗଡ଼ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅକରାବାଦ ଥାନା ଅର୍ନ୍ତଗତ ଜାତୀୟ ରାଜପଥ ୯୧ରେ କାର୍ ଏବଂ ମିନିବସ୍ ମୁହାଁମୁହିଁ ଧକ୍କା ହୋଇଛନ୍ତି । ଫଳରେ ଉଭୟ ଗାଡ଼ି ମଧ୍ୟରେ ଭୟଙ୍କର ନିଆଁ ଲାଗି ଯାଇଥିଲା । ଦୁର୍ଘଟଣାରେ ପିଲାମାନଙ୍କ ସମେତ ଚାରି ଜଣ ଜଳିଯାଇଛନ୍ତି । ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ।
ଖବର ମୁତାବକ, ସୋମବାର ସକାଳ ପ୍ରାୟ ୬ଟା ସମୟରେ ଅଲିଗଡ଼ ସହରରୁ ପ୍ରାୟ ୨୦-୨୫ କିଲୋମିଟର ଦୂରରେ ଅକରାବାଦ ପୋଲିସ ଷ୍ଟେସନ ଅଧୀନରେ ଥିବା ଜାତୀୟ ରାଜପଥ ନାନଉ ସେତୁ ନିକଟରେ ଦୁର୍ଘଟଣା ଘଟିଥିଲା । ଗାଡ଼ି ଦୁଇଠି ମୁହାଁମୁହିଁ ଧକ୍କା ପରେ ଇନ୍ଧନ ଟାଙ୍କି ଫାଟି ଯାଇଥିଲା । ଯେଉଁଥିପାଇଁ ଗାଡ଼ିରେ ନିଆଁ ଲାଗିଯାଇଥିଲା । ନିଆଁ ଦ୍ରୁତ ଗତିରେ ବ୍ୟାପିବାରୁ ଗାଡ଼ି ଭିତରେ ଫସି ରହିଥିବା ଲୋକମାନେ ଖସିଯିବାର ସୁଯୋଗ ପାଇନଥିଲେ ।
ତେବେ କାରରେ ଥିବା ପରିବାର, ମହିଳା ଏବଂ ପିଲାମାନେ ମନ୍ଦିର ଦର୍ଶନରୁ ଫେରୁଥିଲେ । ଚାରିଟି ମୃତଦେହ ଗୁରୁତର ଭାବରେ ପୋଡ଼ି ଯାଇଥିଲା, ଯାହା ଫଳରେ ଚିହ୍ନଟ କରିବା କଷ୍ଟକର ହୋଇପଡୁଥିଲା । ସମସ୍ତେ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡିଛି । ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଟ୍ରକ୍ ଚାଳକକୁ ଛୁରାମାଡ଼, ଟଙ୍କା ଓ ମୋବାଇଲ ଲୁଟ୍
  • ଡାକଘରୁ ଚୋରି, ଲକର ଭାଙ୍ଗି ପ୍ରାୟ ୩୦ ଲକ୍ଷ ଟଙ୍କାର ଲୁଟ୍
  • ବାହାଘର ଅଧାରୁ ତଡ଼ା ଖାଇଲେ ବର-କନ୍ୟା
  • ଟ୍ରକ୍ ସହ ଧକ୍କା ହେଲା ସ୍କୁଟି, ଦୁଇ ମହିଳା ଆହତ
  • ହାତୀ ଛୁଆକୁ ନେଉନି ମାଆ, ମଣିଷ ଛୁଇଁଥିବା ଭାବି ଦଳକୁ ଫେରିପାରୁନି ହାତୀ ଛୁଆ

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (284)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (60)
  • ରାଜ୍ୟ (908)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme