Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ବେକରେ ଜୋତାମାଳ ପିନ୍ଧାଇ ବୁଲାଇବା ପଡିଲା ମହଙ୍ଗା, ୪ ଜଣଙ୍କୁ ବାନ୍ଧିଲା ପୁଲିସ

Posted on October 24, 2025

ଆନନ୍ଦପୁର ଥାନା ଷଡ଼ଙ୍ଗୀ  ଗ୍ରାମରେ ପୁଅ ଝିଅଙ୍କ  ବେକରେ ଜୋତମାଳ ପିନ୍ଧାଇ  ଗାଁ ଦାଣ୍ଡରେ ବୁଲାଇବା ଭିଡିଓ  ଭାଇରାଲ ହେଉଛି । ଏହାକୁ  ନେଇ ଥାନାରେ ଅଭିଯୋଗ ପରେ ଆନନ୍ଦପୁର ପୁଲିସ  ୨୮୬/୨୫ ରେ ଏକ ମାମଲା ରୁଜୁ କରି ଷଡ଼ଙ୍ଗୀ ଗ୍ରାମର ମିନତୀ ହୋ, ଲମ୍ବୋଧର  ହୋ, ବାଣୀ ପୂର୍ତ୍ତି, ଦଣ୍ଡରା ହୋ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ଫନୀନ୍ଦ୍ର ନାୟକଙ୍କ ଠାରୁ ସୂଚନା ମିଳିଛି ।  

ସୂଚନା ଯୋଗ୍ୟ, ଷଡ଼ଙ୍ଗୀ ଗ୍ରାମର ଜଣେ  ଯୁବକ ଧାନ ଜମିରେ ଚାଷ କାର୍ଯ୍ୟ ସାରି ଘରକୁ ଫେରିବା ବାଟରେ ଗାଁ ମୁଣ୍ଡରେ ହାଣ୍ଡିଆ ପିଇବାକୁ ଅଟକିଥିଲା । ଜଣେ ମହିଳା ଯୁବକଙ୍କୁ ହାଣ୍ଡିଆ ଦେଇ ଘରକୁ ଯାଇଥିଲେ । ମହିଳାଙ୍କ ପଛେ ପଛେ  ଯୁବକ ଜଣଙ୍କ ଘରକୁ ପଶିଯିବାରୁ ବାହାରେ ଥିବା  କିଛି ମହିଳା ଓ ପୁରୁଷ ବାହାରପାଶ୍ୱର୍ରୁ କବାଟ  ବନ୍ଦ କରିଦେଇଥିଲେ । ପରେ ମହିଳାଙ୍କ ସ୍ୱାମୀ  ଆସିବା ପରେ ଗ୍ରାମର କେତେକ ମହିଳା ପୁରୁଷ  ଘରେ ଥିବା ପୁରୁଷ ଓ ମହିଳାଙ୍କୁ ବାହାରକୁ  ବାହାର କରି ବେକରେ ଜୋତମାଳ ପିନ୍ଧାଇ  ଗାଁ ବୁଲାଇଥିଲେ । ଯାହାର ଭିଡିଓ ଭାଇରଲ  ହେବା ପରେ ଘଟଣା ଚର୍ଚ୍ଚାକୁ ଆସିଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme