Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଡାଲି ଚାଷରେ ଆତ୍ମନିର୍ଭର ଅଭିଯାନ: ଓଡ଼ିଶା ହେବ ‘ବିହନ ହବ’

Posted on October 24, 2025

ଡାଲି ଜାତୀୟ ଫସଲରେ ଆତ୍ମନିର୍ଭର ଅଭିଯାନରେ ଓଡ଼ିଶାକୁ ‘ବିହନ ହବ’ ଭାବେ ଗଢ଼ି ତୋଳାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି। ତାଙ୍କ ଅଧ୍ୟକ୍ଷତାରେ ହୋଇଥିବା ସଘନ କୃଷି ବୈଠକରେ ବିଲୁପ୍ତପ୍ରାୟ ଖାଦ୍ୟ ଓ ଡାଲି ଫସଲ ପୁନରୁଦ୍ଧାର ଉପରେ ଆଲୋଚନା ହୋଇଛି।

ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରେ ପ୍ରେରିତ ହୋଇ ଓଡ଼ିଶା କ୍ଲଷ୍ଟର ପଦ୍ଧତିରେ ହରଡ଼, କଳା ଚଣା, ଏବଂ ଅନ୍ୟ ଡାଲି ଫସଲ ଚାଷକୁ ପ୍ରୋତ୍ସାହନ ଦେବ। ICRISAT ଦ୍ୱାରା ବିକଶିତ ICPV-25444 ହରଡ଼ ପ୍ରଜାତି ସବୁ ଋତୁରେ ଚାଷ ଯୋଗ୍ୟ, ଯାହା ୪୫° ସେଲସିୟସ୍ ତାପ ସହି ପାରେ ଏବଂ ୧୨୦ ଦିନରେ ଫସଲ ଦେଇପାରେ।

ଉପମୁଖ୍ୟମନ୍ତ୍ରୀ ଡଙ୍ଗରରାଣୀ ଓ କାନ୍ଦୁଲ ଭଳି ପାରମ୍ପରିକ କିସମ ଚାଷକୁ ମଧ୍ୟ ପ୍ରୋତ୍ସାହନ ଦେଇଛନ୍ତି। ବିହନ ନିଗମ ଏହି ବିଲୁପ୍ତ ପ୍ରାୟ କିସମମାନଙ୍କୁ ସଂରକ୍ଷଣ ଓ ପୁନରୁତ୍ପାଦନ କରିବ।

ଏହି ବୈଠକରେ ଡକ୍ଟର ଅରବିନ୍ଦ କୁମାର ପାଢୀ, ଶୁଭମ ସକ୍ସେନା, କାଲୁଙ୍ଗେ ଗୋରଖ ୱାମନ, ICRISAT ଓ ICARDA ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme