
ଉଠା ଦୋକାନୀଙ୍କ ପାଇଁ ଆସିବ ସ୍ୱତନ୍ତ୍ର ନିୟମ। ଏଣିକି ମନ ଇଚ୍ଛା ରାସ୍ତାକଡ଼ରେ ବ୍ୟବସାୟ କରିପାରିବେନି ଉଠା ଦୋକାନୀ। ନିର୍ଦ୍ଧିଷ୍ଟ ସମୟରେ ଚକ ଥିବା ଟ୍ରଲିରେ ଜିନିଷ ରଖି ବେପାର କରିବେ। ସମୟ ସରିଲେ ରାସ୍ତା ଉପରେ ଆଉ ଠେଲା ଗାଡ଼ିକୁ ରଖିପାରିବେନି ବୋଲି କଡ଼ା ଚେତାବନୀ ଦେଇଛି ବିଏମସି। ନହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସପ୍ତାହକ ଭିତରେ ଏନେଇ ଉଠାଦୋକାନୀଙ୍କୁ ସଚେତନ କରାଯିବ ବୋଲି ବିଏମସି କହିଛି।

