
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ସମ୍ପର୍କୀୟ ଖୁଡିକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ହୋମ ଗାର୍ଡ ଚାକିରୀ କରୁଥିବା ପୁତୁରା ଗିରଫ ହୋଇଛନ୍ତି। ଗିରଫ ହୋମଗାର୍ଡ ଜଣଙ୍କ ହେଲେ କାମାକ୍ଷାନଗର ଥାନା ବାଲିଗୋରଡ଼ ଗାଁର ଅରବିନ୍ଦ ମଲ୍ଲିକ। ଅରବିନ୍ଦ ନିଜ ସମ୍ପର୍କୀୟ ଖୁଡିକୁ ଏକାକୀ ପାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ପୀଡିତା ଖୁଡି ଜଣଙ୍କ କାମାକ୍ଷାନଗର ଥାନାରେ ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗକୁ ଆଧାର କରି ପୋଲିସ ଅଭିଯୁକ୍ତ ହୋମ ଗାର୍ଡ ପୁତୁରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏପରିକି ପୀଡିତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦିଆଯାଉଥିବା ସେ ଅଭିଯୋଗ କରିଛନ୍ତି। ଯାହାକୁ ନେଇ କାମାକ୍ଷାନଗର ପୋଲିସ ଅଧିକ ତଦନ୍ତ ଆରମ୍ଭ କରି ଦେଇଛି।

