Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ନୀରଜ ଚୋପ୍ରାଙ୍କୁ ଲେଫ୍ଟନାଣ୍ଟ କର୍ଣ୍ଣେଲ ଉପାଧି ପ୍ରଦାନ, ରକ୍ଷାମନ୍ତ୍ରୀ ଏବଂ ସ୍ଥଳ ସେନା ମୁଖ୍ୟ କଲେ ସମ୍ମାନିତ

Posted on October 23, 2025

ଅଲିମ୍ପିକ ପଦକ ବିଜେତା ତଥା ଜାଭେଲିନ ଥ୍ରୋ ଖେଳାଳି ନୀରଜ ଚୋପ୍ରାଙ୍କୁ ଲେଫ୍ଟନାଣ୍ଟ କର୍ଣ୍ଣେଲ ଉପାଧି ପ୍ରଦାନ କରାଯାଇଛି । କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ସ୍ଥଳ ସେନା ଅଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ଉପସ୍ଥିତିରେ ଭାରତୀୟ ସେନାରେ ସମ୍ମାନଜନକ ଲେଫ୍ଟନାଣ୍ଟ କର୍ଣ୍ଣେଲ ଉପାଧି ପ୍ରଦାନ କରାଯାଇଛି । ଆଜି ସାଉଥ ବ୍ଲକରେ ଅନୁଷ୍ଠିତ ପିପିଙ୍ଗ ସମାରୋହ ଅବସରରେ ଦୁଇଥର ଅଲିମ୍ପିକ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପିପିଙ୍ଗ ସମାରୋହରେ ନୀରଜଙ୍କୁ ଅଫିସିଆଲ ଭାବେ ନୂଆ ରାଙ୍କର ବ୍ୟାଜ୍ ଲଗାଯାଇଥିଲା । ଏହି ସମ୍ମାନ ତାଙ୍କୁ ଖେଳର ଉପଲବ୍ଧି ପାଇଁ ମିଳିଛି । ନୀରଜ କେବଳ ଜଣେ ଭଲ ଆଥଲେଟ ନୁହେଁ, ବରଂ ଭାରତୀୟ ସେନା ପାଇଁ ଜଣେ ସମର୍ପିତ ସୈନିକ ମଧ୍ୟ ।

ରକ୍ଷାମନ୍ତ୍ରୀ କହିଛନ୍ତି, ନୀରଜ ଅନୁଶାସନ, ସମର୍ପଣ ଏବଂ ଦେଶଭକ୍ତିର ପ୍ରତୀକ । ସେ ଖେଳ ଜଗତ ଏବଂ ସେନା ଦୁଇଟିଯାକ ପାଇଁ ପ୍ରେରଣାଦାୟକ ।

ଇଣ୍ଡିଆନ ଗେଜେଟ୍ ଅନୁସାରେ ଏହି ନିଯୁକ୍ତି ଏପ୍ରିଲ ୧୬ ତାରିଖରୁ ପ୍ରଭାବୀ ହୋଇଛି । ନିରଜ ୨୬ ଅଗଷ୍ଟ ୨୦୧୬ରେ ନାୟବ ସୁବେଦର ପଦବୀରେ ଜୁନିୟର କମିଶନଡ ଅଧିକାରୀ ରୂପେ ଭାରତୀୟ ସେନାରେ ଯୋଗ ଦେଇଥିଲେ । ୨ ବର୍ଷ ପରେ ଆଥଲେଟିକ୍ସରେ ତାଙ୍କ ପ୍ରଦର୍ଶନ ଲାଗି ତାଙ୍କୁ ଅର୍ଜ୍ଜୁନ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ପରେ ୨୦୨୧ରେ କ୍ରିଡା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଲାଗି ତାଙ୍କୁ ଖେଳ ରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme