Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପ ଓ ମଧ୍ୟମ ପରିମାଣର ବର୍ଷା ସମ୍ଭାବନା

Posted on October 23, 2025

ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର  ଓ ତାମିଲନାଡୁ ଉପକୂଳରେ  ଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ  ଅବପାତରେ ପରିଣତ ହେବନି ।  ଗୁରୁବାର ସୁଦ୍ଧା ଏହା ଦୁର୍ବଳ ହୋଇ ଲଘୁଚାପକୁ ଖସିବ । ପାଣିପାଗ  ବିଭାଗ ଏହି  ତାଜା ପୂର୍ବାନୁମାନ କରିଛି । ଏହି ସ୍ପଷ୍ଟ ଚିହ୍ନିତ ଲଘୁଚାପ ଅବପାତରେ ପରିଣତ ହେବ  ବୋଲି ଆଇଏମ୍‌ଡି ପୂର୍ବରୁ ଆକଳନ  କରିଥିଲା । କିନ୍ତୁ ଆଜି ଏହା ବଦଳିଛି ।  ଏହା ଅଧିକ ବଳୁଆ ହୋଇ ଅବପାତ  ହେବା ବଦଳରେ ଦୁର୍ବଳ ହୋଇଛି ।  ଏହା କ୍ରମଶଃ ପଶ୍ଚିମ-ଉତ୍ତର ପଶ୍ଚିମ  ଦିଗରେ ମୁହାଁଇ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶକୁ ଅଗ୍ରସର ହେବ ।  ସେଠାରେ ଏହା ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି ।

ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ  ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ହୋଇଛି । ଗତ ୨୪  ଘଣ୍ଟାରେ ଖୋର୍ଦ୍ଧାରେ ୬୦ମିମି, ବଲାଙ୍ଗୀର ସଇଁତଳାରେ  ୬୦, ନୟାଗଡ଼ ଓଡ଼ଗାଁରେ ୬୦, କନ୍ଧମାଳ କଳିଙ୍ଗାରେ  ୪୦, ଖୋର୍ଦ୍ଧା ଟାଙ୍ଗୀରେ ୪୦, କଳାହାଣ୍ଡି ଲାଞ୍ଜିଗଡ଼ରେ ୩୦, ରାୟଗଡ଼ା ଅମ୍ବାଡୋଲାରେ ୩୦, ନୟାଗଡ଼ ରଣପୁରରେ ୨୦,  ବଲାଙ୍ଗୀର ଟିଟିଲାଗଡ଼ରେ ୨୦, ବଲାଙ୍ଗୀର ଗୁଡଭେଲାରେ  ୨୦, ଖୋର୍ଦ୍ଧା ଚିଲିକାରେ ୨୦ମିମି ବର୍ଷା ରେକର୍ଡ ହୋଇଛି ।  

ଗୁରୁବାର ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି  ସ୍ଥାନରେ ସ୍ୱଳ୍ପ ଓ ମଧ୍ୟମ ପରିମାଣର ବର୍ଷା ହୋଇପାରେ ।  ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି,  ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ,  କଳାହାଣ୍ଡି ଓ ନବରଙ୍ଗପୁରରେ ଘଡ଼ଘଡ଼ି ସହ ବର୍ଷା  ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme