
ରାୟଗଡା : ରାୟଗଡା ଜିଲ୍ଲା ଗୁଣପୁର ସହର ପୁରୁଣା ବସ ଷ୍ଟାଣ୍ଡ ନିକଟରେ ଥିବା ଏକ ଗାର୍ମେଂଟ ଦୋକାନରେ ବିଳମ୍ବିତ ରାତିରେ ଭୟାଭୟ ଅଗ୍ନିକାଣ୍ଡ ଘଟିଛି । ଆୟାପା ଡ୍ରେସସ୍ ନାମକ ଏକ ଦୋକାନ ରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଦୋକାନର ଉପର ମହଲାରେ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି । ଖବର ପାଇ ଗୁଣପୁର ଓ ଗୁମୁଡା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ କୁ ଆୟତ କରିଥିବା ଜଣାପଡିଛ ।ପୁଲିସ ଘଟଣାରେ ତଦନ୍ତ କରୁଛି I
