
ରାୟଗଡା: ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଡିଗ୍ରୀ ଫାଇନାଲ ବର୍ଷ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି I
ମୃତ୍ୟୁବରଣ କରିଥିବା ଛାତ୍ରୀଙ୍କ ଜଣଙ୍କ ହେଲେ ଲିଜା ପୀଡିକାକା (୨୦) I ତାଙ୍କ ଘର ମୁନିଗୁଡା ଥାନା ନିଆଳି ଗ୍ରାମ ବୋଲି ଜଣାପଡିଛି I ଲିଜା ରାୟଗଡା ଗାନ୍ଧୀ ନଗର ୪ର୍ଥ ଲାଇନ ରେ ରହୁଥିଲେ I ପ୍ରାରମ୍ଭିକ ସୂଚନା ଅନୁଯାୟୀ ସେ ଆତ୍ମହତ୍ୟା କରିଥିବା ସନ୍ଧେହ କରାଯାଉଛି I କିନ୍ତୁ ଲିଜା କେଉଁ କାରଣରୁ ଆତ୍ମହତ୍ୟା କରିଲେ ତାହା ସ୍ପଷ୍ଟ ହୋଇନାହିଁ I ରାୟଗଡା ଥାନା ପୁଲିସ ଏନେଇ ତଦନ୍ତ କରୁଛି I
