Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ସାପ କାମୁଡାରେ ମହିଳା ର ମୃତ : ଝଡାଫୁଙ୍କା ପରେ ବି ବଂଚିଲାନି ଜୀବନ

Posted on October 23, 2025

ବିଷମ କଟକ :ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ହାଟମୁନିଗୁଡା ଗ୍ରାମ ପଂଚାୟତ ର ଘଂଟିଖାଲ ଗ୍ରାମ ର ଜଣେ ବୃଦ୍ଧା ଙ୍କ ବିଷଧର ସାପ କାମୁଡାରେ ମୃତ୍ୟୁ ହୋଇଯାଇଛି । ଖବର ନେବାରୁ ଜଣାଯାଇଛି ଯେ ଗତ ରବିବାର ଦିନ ସାଲା ହୁଇକା (୫୫) ନିଜ କପା ବଗିଚାରେ କାମ କରୁଥିବା ବେଳେ ଅପରାହ୍ନରେ କୌଣସି ଏକ ବିଷଧର ସାପ କାମୁଡି ଦେଇଥିବା ବେଳେ ତୁରନ୍ତ ପରିବାର ଲୋକେ ବିଷମ କଟକ ଖ୍ରୀଷ୍ଠୀୟାନ୍ ହସ୍‌ପିଟାଲ ରେ ଚିକିତ୍ସା ନିମନ୍ତେ ଭର୍ତୀ କରିଥିଲେ । ଚିକିତ୍ସା ଚାଲିଥିଲେ ସୁଦ୍ଧା ପରିବାର ଲୋକେ ଡାକ୍ତର ଅପେକ୍ଷ ଗୁଣିଆ ଉପରେ ଅଧିକା ଭରଷା କରି ସାଲା ହୁଇକା ଙ୍କୁ ମେଡିକାଲରୁ କାରାପାଡି ଅଂଚଳର କୌଣସି ଏକ ଗୁଣିଆ ପାଖକୁ ଝଡାଫୁଙ୍କା ମାଧ୍ୟମରେ ବିଷମ ବାହାର କରିବା କୁ ନେଇଥିଲେ ହେଲେ ଗୁଣିଆର ସମସ୍ତ ଚେଷ୍ଠା ସତ୍ୱେ ମହିଳା ଟି ର ମୃତ୍ୟୁ ହୋଇଯାଇଥିଲା । ସାପ କାମୁଡାରେ ମୃତ୍ୟୁ ହେଲେ ମୃତକ କ ଙ୍କ ପରିବାର ଙ୍କୁ ସରକାର ସହାୟତା ରାଶି ପ୍ରଦାନ କରୁଥିବା ବେଳେ ମୃତ ପରିବାର ଲୋକେ ମହିଳା ର ଶବ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବିଷମ କଟକ ଆଣିବା ସହ ତହସିଲଦାର ଏବଂ ଥାନା ଅଧିକାରୀ ଙ୍କୁ ଅବଗତ କରିଛନ୍ତି । ଖବର ପାଇ ବିଷମ କଟକ ପୋଲିସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପହଁଚି ଶବ ଜବତ କରିଛି । ଆସନ୍ତା କାଲି ଶବ ବ୍ୟବଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯିବା ବୋଲି ସୂଚନା ମିଳିଛି । ଶବ ବ୍ୟବଛେଦ ରୋପଟ ଏବଂ ମୃତ୍ୟୁ ପ୍ରମାଣ ପତ୍ର ଆସିବା ପରେ ଆନୁକମ୍ପା ରାଶି ନିମନ୍ତେ ଉପରିସ୍ଥ ଅଧିକାରୀ ଅବଗତ କରାଯିବ ବୋଲି ବିଷମ କଟକ ତହସିଲଦାର କେ.ଭେଙ୍କେଟେଶ୍ୱର ରେଡ୍ଡି ପ୍ରକାଶ କରିଛନ୍ତି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme