
ରାଉରକେଲା: ସେକ୍ଟର-୧୫ ଥାନା ଅଞ୍ଚଳସ୍ଥ ତୁମକେଲା ଘାଟରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିଚୟ ମିଳିନଥିବାବେଳେ ବୟସ ପ୍ରାୟ ୨୫ରୁ ୩୫ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ପୁଲିସ ମୃତଦେହର ପଞ୍ଚନାମା କରି ଆର୍ଜିଏଚ୍ ମର୍ଗକୁ ପଠାଇଛି। ସୂଚନାନୁଯାୟୀ, ରବିବାର ସକାଳ ପ୍ରାୟ ସାଢେରେ ମୃତଦେହ କୋଏଲନଦୀର ସେକ୍ଟର-୧୬ସ୍ଥ ତୁମକେଲା ଘାଟରେ ଭାସୁଥିବା ଦେଖି ସ୍ଥାନୀୟ ଲୋକ ସେକ୍ଟର-୧୫ ପୁଲିସକୁ ସୂଚନା ଦେଇଥିଲେ। ପରେ ଅଗ୍ନିଶମ ବାହିନୀର ୫ ଜଣିଆ ଦଳ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ମୃତଶରୀରର ଆଗପଟେ ଅନେକ କ୍ଷତ ରହିିଥିବା ଦେଖିବାକୁ ମିଳିଥିଲା। ତେବେ ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ହତ୍ୟା କି ଆତ୍ମହତ୍ୟା, ତା’ର ତନାଘନା ଆରମ୍ଭ କରିିଛି।

